ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 2, 2022

ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଆଖି ବୁଜିଲେ କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୭୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ନେତା।

ହୃଦଘାତରେ ଆକ୍ରାନ୍ତ ହୋଇଥିବା ବିଜୟ ପ୍ରଧାନଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଚିକିତ୍ସା ଚାଲିଥିଲା। ମାତ୍ର ଡାକ୍ତରଙ୍କ ଅକ୍ଳାନ୍ତ ଚେଷ୍ଟା ସତ୍ତ୍ୱେ ବିଜୟ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାଯାଇଛି। ମହାକାଳପଡ଼ାରୁ ବିଜେପିର ବିଧାୟକ ପ୍ରାର୍ଥୀ ଥିଲେ ବିଜୟ ପ୍ରଧାନ ।

ବିଜୟଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଏହି ଖବର ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିବା ସହ ସେ ଗଭୀର ଭାବେ ମର୍ମାହତ ବୋଲି ନିଜ ଶୋକବାର୍ତ୍ତାରେ ଜଣାଇଛନ୍ତି। ଏଥିସହ ଦିବଙ୍ଗତ ଅତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

The post ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ appeared first on Odisha Reporter.



from Odisha Reporter https://ift.tt/djHVkLm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages