ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥ କାଠ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 2, 2022

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥ କାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିବ୍ୟ ମୁହୁର୍ତ୍ତରେ ଯେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି ।  ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । କୃଷକମାନେ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି । ଚାଷୀମାନେ କ୍ଷେତର ଐଶାନ୍ୟ କୋଣରେ ନୈବେଦ୍ୟ ଦେଇ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ କି  ଅକ୍ଷିମୁଠି କୁହାଯାଇଥାଏ ।

ଅକ୍ଷୟ ତୃତୀୟା ଅବସରରେ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ । ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରଥଖଳା ଉପରେ ଚାଳି ପକାଯାଇଛି।

ପୁରୀରେ ରଥ କାଠକୁ ଶ୍ରଦ୍ଧାଳୁମାନେ ପ୍ରଣିପାଦ କରୁଛନ୍ତି।

ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ  ବର୍ତ୍ତମାନ ପର୍ଯ୍ୟନ୍ତ ୫ ଶହ ଖଣ୍ଡ କାଠ ରଥଖଳାକୁ ଆସିସାରିଛି  ।

ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରୁ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥ କାଠ ଉପରେ ନୂଆ ଶାଢ଼ୀ ଆଚ୍ଛାଦିତ କରି ଶ୍ରୀକ୍ଷେତ୍ର ପଠାଇଛନ୍ତି । ବଡ଼ ଦାଣ୍ଡ ରଥଖଳାରେ ରଥକାଠ ପହଞ୍ଚିବା ପରେ ଏହାକୁ ପ୍ରଣିପାତ କରି ଆର୍ଶୀବାଦ ନେଉଛନ୍ତି ଭକ୍ତ ଓ ପର୍ଯ୍ୟଟକ  ।

The post ଆଜି ପବିତ୍ର ଅକ୍ଷୟ ତୃତୀୟା, ଅନୁକୂଳ ହେବ ରଥ କାଠ appeared first on Odisha Reporter.



from Odisha Reporter https://ift.tt/mo5Gulp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages