କ୍ରିକେଟ୍‌ର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 14, 2022

କ୍ରିକେଟ୍‌ର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ

ସିଡ୍‌ନୀ: ଅଷ୍ଟ୍ରେଲିଆର ଅନ୍ୟତମ ପ୍ରସିଦ୍ଧ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ ଅକାଳ ବିୟୋଗ ଘଟିଛି। ଶନିବାର ରାତିରେ କୁଇନ୍‌ସଲ୍ୟାଣ୍ଡରେ ଏକ କାର ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।

ରଏଟରେ ପ୍ରକାଶିତ ଖବର ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାରରେ ସାଇମଣ୍ଡସ ଏକା ଥିଲେ। ସେ ନିଜେ କାର୍ ଚଲାଉଥିଲେ। କାର୍‌ଟି ରାସ୍ତାରୁ ଖସି ଓଲଟି ପଡ଼ିଥିଲା।

ତାଙ୍କ ଅକାଳ ବିୟୋଗରେ ଆଇସିସି ପକ୍ଷରୁ ଟ୍ୱିଟ୍ କରାଯାଇ ଶୋକ ପ୍ରକଟ କରାଯାଇଛି ଓ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି। ସାଇମଣ୍ଡଙ୍କ ପରଲୋକରେ ବହୁ କ୍ରିକେଟ୍‌ର ଦୁଃଖ ପ୍ରକାଶ କରିଛନ୍ତି।


ସାଇମଣ୍ଡସ ଅଷ୍ଟ୍ରେଲିଆ ପକ୍ଷରୁ ୨୬ଟି ଟେଷ୍ଟ ଖେଳିଥିଲେ। ଟେଷ୍ଟ୍ ମ୍ୟାଚ୍‌ରେ ସେ ୧୪୬୨ ରନ୍ କରିଥିଲେ, ଯେଉଁଥିରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ସେହିପରି ସେ ୧୯୮ଟି ଦିନିକିଆ ମ୍ୟାଚ୍ ଖେଳି ୫,୦୮୮ ରନ୍ ସଂଗ୍ରହ କରିଥିଲେ। ଏଥି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି। ଦଳ ପକ୍ଷରୁ ସେ ୧୪ଟି ଟି-ଟ୍ୱେଣ୍ଟି ଖେଳି ୩୩୭ ରନ୍ କରିଥିଲେ।

ସାଇମଣ୍ଡସ ଆଇପିଏଲ୍ ମଧ୍ୟ ଖେଳିଥିଲେ। ଆଇପିଏଲ୍‌ରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି।

ଆଣ୍ଡ୍ର୍ୟୁ ସାଇମଣ୍ଡସ

୨୦୦୪ରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ। ୨୦୦୮ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍‌। ସେହିପରି ୧୯୯୮ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ଆଉ ୨୦୦୯ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ଖେଳିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆରୁ ଆସିଥିଲା ଆଉ ଦୁଇଟି ଦୁଃଖଦ ଖବର। ମାତ୍ର ୫୨ ବର୍ଷରେ କିମ୍ବଦନ୍ତୀ କ୍ରିକେଟର ଶେନ୍‌ ୱାର୍ଣ୍ଣଙ୍କ ପରଲୋକ ହୋଇଥିଲା। ହୃଦଘାତରେ ସେ ପ୍ରାଣ ହରାଇଥିଲେ। ଶେନ୍‌ ୱାର୍ଣ୍ଣଙ୍କ ପୂର୍ବରୁ ସେହି ଦିନ ଅଷ୍ଟ୍ରେଲିଆର ଅନ୍ୟତମ ଜଣାଶୁଣା କ୍ରିକେଟର ରୋଡ୍ ମାର୍ଶଙ୍କର ପରଲୋକ ହୋଇଥିଲା।

The post କ୍ରିକେଟ୍‌ର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ appeared first on Odisha Reporter.



from Odisha Reporter https://ift.tt/9O6YjSd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages