ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ଯୁବକ। ଟ୍ରେନରେ ପିଟି ହୋଇ କଟିଗଲା ତାଙ୍କ ଡାହାଣ ହାତ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ଯୁବକଙ୍କ ଜଣଙ୍କ ହେଲେ ସୋନପୁର ଜିଲ୍ଲା କୁଡାଡେରା ଗାଁର ଚନ୍ଦ୍ରଭାନୁ ଭୋଇ।
ଚନ୍ଦ୍ରଭାନୁ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। ଗତକାଲି ରାତିରେ ସେ ତାମିଲନାଡୁରୁ ଘରକୁ ଫେରିଥିଲେ। ଚନ୍ଦ୍ରଭାନୁ ବଲାଙ୍ଗିର ଷ୍ଟେସନରେ ଓହ୍ଳାଇ ଗାଁର ଦୁଇ ଜଣ ବ୍ୟକ୍ତିଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ। ବୁର୍ଡା ଫାଟକ ନିକଟରେ ଟ୍ରେନ୍ ଆସିବାରୁ ଫାଟକ ପଡ଼ିଥିଲା। ଚନ୍ଦ୍ରଭାନୁ ଦୁଇ ଜଣ ସାଙ୍ଗଙ୍କ ସହ ଫାଟକରେ ନିକଟରେ ଠିଆ ହୋଇଥିଲେ। ଟ୍ରେନ୍ ଆସିବାରୁ ଚନ୍ଦ୍ରଭାନୁ ହଠାତ୍ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁପଡ଼ିଥିଲେ।
ଟ୍ରେନରେ ପିଟି ହୋଇ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତଟି ସଂପୂର୍ଣ୍ଣ କଟିଯାଇଥିଲା। ଅଗ୍ନିଶମବାହିନୀ ପହଞ୍ଚି ଗୁରୁତର ଚନ୍ଦ୍ରଭାନୁଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ କଟା ହାତ ସହ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦାଦନ ଶ୍ରମିକ ଜଣକ କାହିଁକି ଟ୍ରେନ ଆଗକୁ ଡେଇଁଲେ ଏହାର କାରଣ ଅସ୍ପଷ୍ଟ ରହିଛି। ବଲାଙ୍ଗିର ରେଲୱେ ପୁଲିସ ଘଟଣାର ତଦନ୍ତ କରୁଛି।
The post ଚଳନ୍ତା ଟ୍ରେନ୍ ଆଗକୁ ଡେଇଁଲେ ଦାଦନ ଶ୍ରମିକ appeared first on Odisha Reporter.
from Odisha Reporter https://ift.tt/mHWl4fh
No comments:
Post a Comment