ସ୍କୁଲରେ ଆଖିବୁଜା ଫାୟାରିଂ, ୧୮ ଛାତ୍ର ସମେତ ଗଲା ୨୧ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 24, 2022

ସ୍କୁଲରେ ଆଖିବୁଜା ଫାୟାରିଂ, ୧୮ ଛାତ୍ର ସମେତ ଗଲା ୨୧ ଜୀବନ

ୱାଶିଂଟନ:  ଜଣେ ୧୮ ବର୍ଷୀୟ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ରକ୍ତରଞ୍ଜିତ ହେଲା ଆମେରିକା ଟେକ୍ସାସ୍‌ର ୱାର୍ଲ୍ଡ ସହରରେ ଥିବା ରୋବ ଏଲିମେଣ୍ଟାରୀ ସ୍କୁଲ । ଏହି ଫାୟାରିଂରେ ଚାଲିଗଲା ୨୧  ନୀରିହ ଜୀବନ। ମୃତକଙ୍କ ମଧ୍ୟରେ ୧୮  ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଥିବା ଜଣାଯାଇଛି।  ଅଭିଯୁକ୍ତଜଣକ ସାଲଭାଡୋର ରାମୋସ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ଆମେରିକୀୟ ନାଗରିକ ବୋଲି ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ତାଙ୍କର ବି ମୃତ୍ୟୁ ହୋଇଛି। ଏପରି ହୃଦୟ ବିଦାରକ ଘଟଣାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଭୀର ଶୋକ ପ୍ରକାଶ କରିବା ସହ  ଜାତୀୟ ପତାକାକୁ ଅର୍ଦ୍ଧନମିତ  ରଖାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ଘଟିଥିବା ଏପରି ଭୟାନକ କାଣ୍ଡ ଭିଆଇଥିବା ଅଭିଯୁକ୍ତଜଣକ ପ୍ରଥମେ ଘରେ ନିଜ ଜେଜେମା’ଙ୍କ ଉପରକୁ ଗୁଳି ଚଳାଇଥିଲେ।  ବୃଦ୍ଧାଜଣକ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ସେ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧି ଘଟଣାସ୍ଥଳରୁ ନିଜ କାର୍‌ରେ ଫେରାର ହୋଇଯାଇଥିଲେ। ସନ୍ଦେହ କରାଯାଉଛି ଯେ ସେ ନିଜ ସହିତ ଏକ ବନ୍ଧୁକ ଏବଂ  ଏକ ରାଇଫଲ ମଧ୍ୟ ନେଇ ଯାଇଥିଲେ।  ସେ ହାତରେ ରାଇଫଲ ଧରି ରୋବ ଏଲିମେଣ୍ଟାରୀ ସ୍କୁଲ ପ୍ରବେଶ କରିଥିଲେ। ଏହାପରେ ଗୋଟି ଗୋଟି ରୁମ୍‌କୁ ଯାଇ  ଆଖି ବୁଜା ଗୁଳି ଚାଳନା କରିଥିଲେ।

ଆଖି ପିଛୁଳାକେ ସ୍କୁଲ ପରିସରରୁ ଗୁଳିର ଶବ୍ଦ ସହ ଛୋଟ ଛୋଟ ପିଲାଙ୍କ ଆର୍ତ୍ତ ଚିତ୍କାର  ଶୁଣିବାକୁ ମିଳିଲା। ଖବର ପାଇ ସ୍ଥାନୀୟ ପୁଲିସ୍‌ ସେଠାରେ ପହଞ୍ଚି  ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ପୁଲିସ୍‌ ଗୁଳିରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ  ତାଙ୍କ ମୃତଦେହ ମଧ୍ୟ ଘଟଣାସ୍ଥଳରୁ ମିଳିଥିବା ଜଣାଯାଇଛି।

ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଟେକ୍ସାସ ଗଭର୍ଣ୍ଣର ନିର୍ଦ୍ଦେଶ ଦେଇଛନ୍ତି । ଗୁଳିକାଣ୍ଡ ସଂପର୍କରେ ଜାଣିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟେକ୍ସାସ୍ ଗଭର୍ଣ୍ଣରଙ୍କ ସହ କଥା ହୋଇଛନ୍ତି।ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ମୃତକଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେଇ ସେ କହିଛନ୍ତି,   ବହୁ ମାତାପିତା ଆଉ କେବେ ବି ନିଜ ସନ୍ତାନଙ୍କୁ ଦେଖି ପାରିବେନି । ଶରୀରରୁ ଆତ୍ମା ବାହାରିଲେ ଯେପରି କଷ୍ଟ ଅନୁଭୂତ ହୁଏ  ନିଜ ପିଲାଙ୍କୁ ହରାଇବାର ଦୁଃଖ ତା’ଠୁ ଢେର ଗୁଣ ଅଧିକ । ତେଣୁ ଏପରି ଦୁଃଖଦ ସମୟରେ ସମଗ୍ର ଦେଶ ସେମାନଙ୍କ ସହ ଛିଡ଼ା ହୋଇଛି ବୋଲି କହିଛନ୍ତି ବାଇଡେନ ।

ଟେକ୍ସାସ୍ ଗଭର୍ଣ୍ଣରଙ୍କ କହିବା ଅନୁଯାୟୀ ୨୦୧୨ ସ୍ୟାଣ୍ଡିହୁକ୍ ସ୍କୁଲ୍ ଫାୟାରିଂ ପରଠାରୁ ଏହା ସବୁଠୁ ବଡ଼ ଗୁଳିକାଣ୍ଡ ଘଟଣା ।  ସ୍ୟାଣ୍ଡିହୁକ୍ ସ୍କୁଲ୍ ଫାୟରିଂରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା  । ଏବେ ଏହି ଗୁଳିକାଣ୍ଡରେ ୨୧ ନିରୀହ ଆଖି ବୁଜି ଦେଇଛନ୍ତି।

The post ସ୍କୁଲରେ ଆଖିବୁଜା ଫାୟାରିଂ, ୧୮ ଛାତ୍ର ସମେତ ଗଲା ୨୧ ଜୀବନ appeared first on Odisha Reporter.



from Odisha Reporter https://ift.tt/7L9r2oZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages