ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟି ନେଲେ ୨୦ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 24, 2022

ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟି ନେଲେ ୨୦ ଲକ୍ଷ ଟଙ୍କା

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁହାଟରେ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଗୋରୁ ବେପାରୀଙ୍କ ମୃତ୍ୟୁ ଘଟିଛି। ଗୋରୁ ବେପାରୀ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳ ଚିଚଳା ଗାଁର ଶେଖ ଜାମସେଦ ଅଲି।

ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ ଗୋରୁହାଟକୁ  ଗୋରୁ କିଣିବାକୁ ଆସିଥିଲେ। ଏହି ୬ଜଣ ବେପାରୀ  ହାଟରେ ଠିଆ ହୋଇଥିବା ବେଳେ ୪ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଶେଖ ଜାମସେଦଙ୍କ  ଉପରେ ଗୁଳି ଚଳାଇଥିଲେ। ପରେ ତାଙ୍କ ପାଖରୁ ୨୦ ଲକ୍ଷ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ। ଅନ୍ୟ ୫ ଜଣ ଗୋରୁ ବେପାରୀଙ୍କର କିଛି ହୋଇ ନାହିଁ।

                                            ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟି ନେଲେ

ଶେଖ ଜାମସେଦ ଅଲିଙ୍କ ପାଖରେ ୨୦ ଲକ୍ଷ ଟଙ୍କା ଥିବା ଦୁର୍ବୃତ୍ତମାନେ କୌଣସି ସୂତ୍ରରୁ ଜାଣିପାରିଥିଲେ। ସେମାନେ ହଠାତ୍ ଆସି  ତାଙ୍କ ଉପରେ ଗୁଳି ଚଳାଇଥିବା ଜଣାଯାଇଛି।

ରାଇରଙ୍ଗପୁର ଏସଡିପିଓ  ରତିକାନ୍ତ ଗିରି ଓ ପୁଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଟଣାସ୍ଥଳରୁ  ଅଫୁଟା ଗୁଳି ମଧ୍ୟ ଜବତ କରିଛି ।

The post ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟି ନେଲେ ୨୦ ଲକ୍ଷ ଟଙ୍କା appeared first on Odisha Reporter.



from Odisha Reporter https://ift.tt/5OQKGjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages