ନୂଆଦିଲ୍ଲୀ: ‘ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି। ପାକିସ୍ତାନ ଓ ପାକିସ୍ତାନ ବାହାରେ ଏହି ଷଡ଼ଯନ୍ତ୍ର ଚାଲିଛି।’ ଶନିବାର ପାକିସ୍ତାନରେ ଏକ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏ କଥା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।
ସେ କହିଛନ୍ତି, ମୋତେ ହତ୍ୟା କରିବାକୁ ଚାଲିଥିବା ଷଡ଼ଯନ୍ତ୍ର ବିଷୟରେ ମୁଁ ଅବଗତ ଅଛି। ମୁଁ ଜାଣିଛି କେଉଁମାନେ ଏହି ଷଡ଼ଯନ୍ତ୍ର କରୁଛନ୍ତି। ମୁଁ ଏକ ଭିଡିଓ ରେକର୍ଡ କରିଛି। ଏଥିରେ ମୁଁ ସେହି ସମସ୍ତ ଷଡ଼ଯନ୍ତ୍ରକାରୀଙ୍କ ନାଁ କହିଛି। ଯଦି ମୋତେ ହତ୍ୟା କରାଯାଏ, ତା’ହେଲେ ଉକ୍ତ ଭିଡିଓକୁ ସାର୍ବଜନୀନ କରି ଦିଆଯିବ।
ଗତ ମାସରେ କ୍ଷମତାଚ୍ୟୁତ ହେବା ପୂର୍ବରୁ ମଧ୍ୟ ଇମ୍ରାନ ଖାନ୍ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଗତ ମାସରେ ଅନାସ୍ଥା ପ୍ରସ୍ତାବ ଦ୍ୱାରା ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରାଯାଇଥିଲା। ଏହା ପଛରେ ଆମେରିକାର ହାତ ଥିବା ସେ ଅଭିଯୋଗ କରିଥିଲେ।
ଗାଦିଚ୍ୟୁତ ହେବା ପରେ ଇମ୍ରାନ ପାକିସ୍ତାନର ବିଭିନ୍ନ ସ୍ଥାନରେ ସାଧାରଣ ସଭା କରି ବର୍ତ୍ତମାନର ସରକାର ବିଶ୍ୱାସଘାତକ ଓ ଦୁର୍ନୀତିଗ୍ରସ୍ତ ବୋଲି କହୁଛନ୍ତି।
The post ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି, ମୁଁ ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଛି: ଇମ୍ରାନ appeared first on Odisha Reporter.
from Odisha Reporter https://ift.tt/rw7MCuF
No comments:
Post a Comment