ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଚାଳକ, ରାସ୍ତାକଡ଼ରେ ମୃତଦେହକୁ ଛାଡ଼ି ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 14, 2022

ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଚାଳକ, ରାସ୍ତାକଡ଼ରେ ମୃତଦେହକୁ ଛାଡ଼ି ପଳାଇଲେ

ଯାଜପୁର (ଗୁଲାମ ଗସ): ଟଙ୍କା କେଇଟା ପାଇଁ ଜଣେ ମହିଳାଙ୍କ ମୃତଦେହକୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଜାତୀୟ ରାଜପଥ କଡ଼ରେ ଛାଡ଼ିଦେଇ ଚାଲିଗଲେ। ରାତି ସାରା ସେଠାରେ ପଡ଼ି ରହିଲା ଶବ। ଗତକାଲି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ।

ଢେଙ୍କାନାଳ ଅଞ୍ଚଳର ହେମନ୍ତ ମିଶ୍ରଙ୍କ ସ୍ତ୍ରୀ ଛବିରାଣୀ ମିଶ୍ର ଛତିଆରେ ତାଙ୍କ ବାପ ଘରେ କିଛି ଦିନ ହେବ ରହି ଆସୁଥିଲେ। ତାଙ୍କର ୬ ମାସର ଏକ ଶିଶୁପୁତ୍ର ଅଛି। ଗତକାଲି ଛବିରାଣୀ ଅସୁସ୍ଥ ହୋଇପଡ଼ିଥିଲେ। ସେଥିପାଇଁ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହୋଇଯିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛବିଙ୍କ ମୃତ୍ୟୁ ଘଟିଥିଲା।

ଏକ ଆମ୍ବୁଲାନ୍ସ ଯୋଗେ ଛବିଙ୍କ ମୃତଦେହକୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଛତିଆ ଆଣୁଥିବା ବେଳେ ଆମ୍ବୁଲାନ୍ସ ଚାଳକ ଭଡ଼ା ବାବଦକୁ ୫ ହଜାର ଟଙ୍କା ଦାବି କରିଥିଲେ। ମୃତ ଛବରାଣୀଙ୍କ ସ୍ଵାମୀ ୩ ହଜାର ଟଙ୍କା ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆମ୍ବୁଲାନ୍ସ ଚାଳକ ମୃତଦେହକୁ ଘର ପର୍ଯ୍ୟନ୍ତ ନେଇ ନଥିଲେ। ମୃତଦେହକୁ ସେ ଘରଠାରୁ ଦୂରରେ ଜାତୀୟ ରାଜପଥ କଡ଼ରେ ଛାଡ଼ି ପଳାଇ ଯାଇଥିଲେ।

ରାତିସାରା ମୃତଦେହ ଜାତୀୟ ରାଜପଥ କଡ଼ରେ ପଡ଼ି ରହିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ସେଠାରେ ପହଞ୍ଚି ଛବିଙ୍କ ସ୍ୱାମୀ ହେମନ୍ତକୁ ପଚରାଉଚରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ସ୍ଥାନୀୟ ପଞ୍ଚାୟତବାସୀଙ୍କ ସହାୟତାରେ ମୃତଦେହ ସତ୍କାର କରାଯାଇଥିଲା।

The post ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଚାଳକ, ରାସ୍ତାକଡ଼ରେ ମୃତଦେହକୁ ଛାଡ଼ି ପଳାଇଲେ appeared first on Odisha Reporter.



from Odisha Reporter https://ift.tt/1LUnczC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages