ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 6, 2022

ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ରଥ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି କେନ୍ଦୁଝରର ରଥ। କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିଛି। ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇଛନ୍ତି।

କେନ୍ଦୁଝରର କାଠ ନିର୍ମିତ ନନ୍ଦିଘୋଷ ରଥର ଉଚ୍ଚତା ୭୨ ଫୁଟ୍‌। ଏଥିରେ ରହିଛି ୧୬ଟି ଚକ। ରଥଯାତ୍ରାରେ ତିନି ଠାକୁର ଗୋଟିଏ ରଥରେ ଯାତ୍ରା କରିଥାନ୍ତି। ବିଭିନ୍ନ ପର୍ଯ୍ୟାୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସ ଅଧିକାରୀ ଯାଞ୍ଚ କରିବା ପରେ ଏହାକୁ ଗିନିଜ୍ ରେକର୍ଡରେ ସ୍ଥାନ ଦିଆଯାଇଛି।

କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି।

କେନ୍ଦୁଝରରେ ରଥଯାତ୍ରା ସମ୍ପୂର୍ଣ୍ଣ  ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଏ। ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁ ମାନେ ପ୍ରସ୍ତୁତ କରିଥାନ୍ତି। ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ। ଏହି ରଥଟି ଯାତ୍ରାପରେ ଖୋଲାଯାଏ ନାହିଁ ଏହା ସେହିପରି ବଡଦାଣ୍ଡରେ ଦଣ୍ଡାୟମାନ ହୋଇଥାଏ।

ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି, ଏହା ଆମ ପାଇଁ ଖୁସି କଥା। କେନ୍ଦୁଝରର ରଥ।ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି।

The post ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ରଥ appeared first on Odisha Reporter.



from Odisha Reporter https://ift.tt/gTfiYoF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages