ବେଜିଂ: ଚୀନ୍ରେ ତାଣ୍ଡବ ରଚିଛି କରୋନା। ଏହି ମହାମାରୀକୁ ନେଇ ପୁଣି ଚର୍ଚ୍ଚାରେ ରହିଛି ଚୀନ୍। ବିଶେଷ କରି ଜିରୋ କୋଭିଡ ପଲିସିକୁ ନେଇ ଚୀନ୍ ଅଧିକ ଚର୍ଚ୍ଚା ପରିସରକୁ ଆସିଛି। ଦେଶରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ କଡା କଟକଣା ଲାଗୁ କରାଯାଇଛି। ଏଥିଯୋଗୁ ଏଠାରେ ରହୁଥିବା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କଡା କଟକଣା ସତ୍ତ୍ୱେ ଏଠାରେ କରୋନା ବୋଲ ମାନୁନି। ଏଥିପାଇଁ ଚୀନ୍ର କୋଭିଡ ପଲିସକୁ ନେଇ ଚାରିଆଡେ ଜୋରସୋରରେ ଆଲୋଚନା ହେଉଛି। ଏହାରି ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ‘ଜିରୋ କୋଭିଡ ପିଲିସି’ ବିରୋଧରେ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ କଡା ଚେତାବନୀ ଜାରି କରିଛନ୍ତି।
କରୋନା ଯୋଗୁଁ ଚୀନ୍ର ଅନେକ ସହରରେ କଡା ଲକ୍ଡାଉନ୍ ଲାଗୁ ହୋଇଛି। ଏଥିଯୋଗୁଁ ଏଠାକାର ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଏହାକୁ ନେଇ ଚୀନର ବିଭିନ୍ନ ଅଞ୍ଚଳରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଉଛି। ଏଭଳି ସ୍ଥିତିରେ ଚୀନ୍ର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ବୈଠକରେ ରାଷ୍ଟ୍ରପତି ଜିନପିଙ୍ଗ ଜିରେ କୋଭିଡ ନୀତିକୁ ସମ୍ପୂର୍ଣ୍ଣ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି। ଏଥିସହ କେହି ବି ଦେଶର ମହାମାରୀ ମୁକାବିଲା ପାଇଁ ଜାରି ହୋଇଥିବା ନୀତିକୁ ବିରୋଧ କରେ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଚୀନ୍ର ସାଂଘାଇ ସହରରେ କରୋନା ଲକଡାଉନ୍ ପରେ ଜନତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେବା ପରେ ସି ଜିନପିଙ୍ଗ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ବୟାନ ଜାରି କରିଛନ୍ତି। ରାଷ୍ଟ୍ରାୟତ୍ତ ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ‘ସାତ ଜଣିଆ କମିଟି କହିଛି ଯେ ଆମର ପ୍ରତିରକ୍ଷା ତଥା ନୀତି ଦଳର ପ୍ରକୃତି ଏବଂ ମିଶନ୍ ଦ୍ୱାରା ନିର୍ଣ୍ଣୟ କରାଯାଏ। ଆମର ପଦକ୍ଷେପଗୁଡିକ ବୈଜ୍ଞାନିକ ଏବଂ ବେଶ୍ ପ୍ରଭାବଶାଳୀ। ଉହାନକୁ ବଞ୍ଚାଇବା ପାଇଁ ହୋଇଥିବା ଯୁଦ୍ଧ ଜିତିଛୁ ଏବଂ ଆଗକୁ ସାଂଘାଇକୁ ମଧ୍ୟ ଆମେ ନିଶ୍ଚିତ ଯୁଦ୍ଧରେ ଜିତିବୁ।’
ସିଏନ୍ଏନ୍ର ରିପୋର୍ଟ ଅନୁସାରେ, ସାଙ୍ଘାଇର ଅନେକ ଲୋକେ ଗତ ପାଞ୍ଚ ସପ୍ତାହ ମଧ୍ୟରେ ଖାଦ୍ୟର ଘୋର ଅଭାବ ଓ ଚିକିତ୍ସା ଅବହେଳା ବିରୋଧରେ ଅସନ୍ତୋଷ ଜାହିର କରିବା ପାଇଁ ସୋଶାଲ ମିଡିଆର ସାହାରା ନେଇଛନ୍ତି। ଏହାପରେ ଜିନ୍ପିଙ୍ଗଙ୍କ ତରଫରୁ ଏଭଳି ଚେତାବନୀ ଜାରି କରାଯାଇଛି।
The post ‘ଜିରୋ କୋଭିଡ ପଲିସି’ ଓ ଚୀନ୍ର ଚେତାବନୀ appeared first on Odisha Reporter.
from Odisha Reporter https://ift.tt/5VOPJ8s
No comments:
Post a Comment