ଗଛରେ ପିଟି ହେଲା କାର୍‌, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 21, 2022

ଗଛରେ ପିଟି ହେଲା କାର୍‌, ୨ ମୃତ

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଗଛରେ ପିଟି ହେଲା କାର୍‌। ଚାଲିଗଲା ୨ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ପୁରୀ-ସାତପଡ଼ା ରାସ୍ତାର ହଳଦିଆ ଛକ ନିକଟରେ।

ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଘଟିଛି ଏହି ଦୁର୍ଘଟଣା। କାର୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ଡ୍ରାଇଭର ବାବୁ ଖାଁ ଓ ଧୀରେନ ପଲେଇ। ଧୀରେନଙ୍କ ଘର ବ୍ରହ୍ମଗିରି ଥାନା ସହଦେବପୁର ଗାଁରେ।

ଦୁର୍ଘଟଣା ସଂପର୍କରେ ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ସେମାନେ କାର୍‌ର ସମ୍ମୁଖ ଭାଗକୁ କାଟି ଡ୍ରାଇଭରଙ୍କୁ ତା’ ଭିତରୁ ବାହାର କରିଥିଲେ।

ଉଭୟଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନା ପଠାଯାଇଥିଲା। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

The post ଗଛରେ ପିଟି ହେଲା କାର୍‌, ୨ ମୃତ appeared first on Odisha Reporter.



from Odisha Reporter https://ift.tt/0vsSarm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages