ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ମାମଲା: ବିଜେପି ନେତା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 21, 2022

ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ମାମଲା: ବିଜେପି ନେତା ଗିରଫ

ଭୋପାଲ: ମଧ୍ୟପ୍ରଦେଶରେ ଜଣେ ମାନସିକ ରୋଗରେ ପୀଡିତ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ହଇଚଇ ସୃଷ୍ଟି କରିଥିଲା। ରତଲାମ ଜିଲ୍ଲାର ସରସିରାର ଜଣେ ୬୫ ବର୍ଷୀୟ ବୃଦ୍ଧ ଭଂବର ଲାଲ ଜୈନଙ୍କୁ ମୁସ୍‌ଲିମ ଭାବି ଜଣେ ବିଜେପି ନେତା ଚାପୁଡା ଉପରେ ଚାପୁଡା ମାରିବାର ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ଏହାକୁ ବିରୋଧ କରାଯାଇଥିଲା। ଏବେ ଏହି ମାମଲାରେ ପୁଲିସ ଅଭିଯୁକ୍ତ ବିଜେପି ନେତା ଦିନେଶ କୁଶୱାହଙ୍କୁ ଗିରଫ କରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ ବିଜେପି ନେତା ଦିନେଶ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ। କିନ୍ତୁ ପ୍ରଶାସନ ତାଙ୍କୁ ତାଙ୍କ ଘରେ ବୁଲଡୋଜର ଚଳାଇବାକୁ ଚେତାବନୀ ଦେଇଥିଲା। ଏହି ଭୟରେ ସେ ପୁଲିସ ହେପାଜତକୁ ଆସିଥିଲେ। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ମୃତକଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି।

ଏହି ମାମଲାରେ ନେମୁଚ ଏସପି ସୁରଜ କୁମାର ବର୍ମା କହିଛନ୍ତି, ଅଭିଯୁକ୍ତ ଦିନେଶ କୁଶୱାହଙ୍କୁ ଆଇପିସିର ଧାରା ୩୦୨ ଏବଂ ୩୦୪/୨ ଅନୁଯାୟୀ ଗିରଫ କରାଯାଇଛି। ଏବେ ପୁଲିସ ତାଙ୍କୁ ପଚରାଉଚରା କରିବ। ଘଟଣାସ୍ଥଳର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ସୋମବାର ଅଭିଯୁକ୍ତ ବିଜେପି ନେତା ଦିନେଶକୁ କୋର୍ଟରେ ହାଜର କରାଯିବ।

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବାର ଦିନକ ପୂର୍ବରୁ ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କ ଫଟୋ ଜାରି କରିଥିଲା ପୁଲିସ। ଏହାପରେ ରାମପୁରା ରୋଡ ମାରୁତି ଶୋ’ରୁମ୍‌ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ସେ ଭଂବରଲାଲ ଜୈନ ବୋଲି ତାଙ୍କ ପରିଚୟ ମିଳିଥିଲା।

ସେପଟେ ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ଦଳର ନେତାମାନେ ଲଗାତାର ବିଜେପିକୁ ଟାର୍ଗେଟ୍‌ କରୁଛନ୍ତି। କଂଗ୍ରେସ ବିଧାୟକ ଜିତୁ ପାଟୱାରୀ ବିଜେପି ଉପରେ ଘୃଣାଭାବ ବିସ୍ତାର କରୁଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ସଚିବ ରଜନୀଶ ଅଗ୍ରୱାଲ କହିଛନ୍ତି ଯେ ‘ଏହି ଘଟଣା ଦୁର୍ଭାଗ୍ୟଜନକ। ଦଳର ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ। ଏଭଳି କାର୍ଯ୍ୟରେ ଜଡିତ ଥିବା କୌଣସି ବି ବ୍ୟକ୍ତିଙ୍କୁ ରାଜ୍ୟ ସରକାର କ୍ଷମା କରିବେ ନାହିଁ।’

ଉଲ୍ଲେଖଯୋଗ୍ୟ ଯେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଦିନେଶ କୁଶୱାହ ବୃଦ୍ଧଙ୍କୁ ଅମାନବୀୟ ଭାବେ ଚାପୁଡା ଉପରେ ଚାପୁଡା ମାରିବା ସହ ତୋ ନାଁ ମହମ୍ମଦ କି ବୋଲି ପଚାରୁଛନ୍ତି। ତାଙ୍କୁ ଆଧାର କାର୍ଡ ମାଗୁଥିବା ମଧ୍ୟ ଦେଖିବାକୁ ମିଳିଛି। ସେପଟେ ବୃଦ୍ଧ ଜଣକ ନେହୁରା ହୋଇ ତାଙ୍କୁ ମାଡ ନମାରିବା ପାଇଁ କହିବା ସହ ୨୦୦ ଟଙ୍କା ମଧ୍ୟ ଅଫର୍‌ କରୁଥିବା ଦେଖିବାକୁ ମିଳିଛି।

The post ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିବା ମାମଲା: ବିଜେପି ନେତା ଗିରଫ appeared first on Odisha Reporter.



from Odisha Reporter https://ift.tt/qPwao9k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages