ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଘୂର୍ଣ୍ଣିଝଡ଼ ଓ ବର୍ଷା ସାଙ୍ଗକୁ କେଉଁଠି ଡଙ୍ଗା ବୁଡ଼ିଛି, ତ କେଉଁଠି ଟାଓ୍ୱାର ଭାଙ୍ଗିଛି, ପୁଣି କେଉଁଠି ବଜ୍ରପାତରେ ଜୀବନ ଯାଇଛି।
ଅପରାହ୍ଣରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ପ୍ରବଳ ଝଡ଼ବର୍ଷା ହେବାରୁ ନୟାଗଡ଼ର ୩ଟି ବ୍ଲକ୍-ନୟାଗଡ଼, ନୂଆଗାଁ ଓ ଓଡ଼ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପବନର ପ୍ରଭାବ ଏତେ ଥିଲା ଯେ, ଶରଣକୂଳ ବଜାରରେ ଥିବା ଏକ ବିଏସ୍ଏନ୍ଏଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି।
ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବଜ୍ରାଘାତରେ ଶଳା ଭିଣୋଇଙ୍କର ମୃତ୍ୟୁ ଘଟିଥିବା ବେଳେ ଗଛ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି।ନବରରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବେନୋରା ପଞ୍ଚାୟତରେ ମଧ୍ୟ ବ୍ୟାପକ କ୍ଷୟକ୍ଷତିର ଖବର ମିଳିଛି। ବିଭିନ୍ନ ସ୍ଥାନରେ ବହୁ ଚାଳଛପର ଘର ନଷ୍ଟ ହୋଇଯାଇଥିଲା ବେଳେ, କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
କାଳବୈଶାଖୀ ତାଣ୍ଡବରେ ରାୟଗଡ଼ା ଜିଲ୍ଲା ଗୁମୁ଼ଡା ରେଳ ଷ୍ଟେସନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇ ରେଳ ଧାରଣା ଉପରେ ପଡିଛି। ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଓଡ଼ିଶା- ଆନ୍ଧ୍ର ଦେଇ ଦେଇ ଚଳାଚଳ କରୁଥିବା ୬ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୨ଟି ଟ୍ରେନର ଗତିପଥ ବଦଳାଯାଇଛି। ଘଟଣାସ୍ଥଳରେ ରେଳବାଇ ଇଂଜିନିୟର ଟିମ୍ ପହଁଚି ଗଛ କାଟିବା ସହ ବିଦ୍ୟୁତ ମରାମତି କାମ କରିଛନ୍ତି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ଗତକାଲି ସଂଧ୍ୟା ଏବଂ ରାତିରେ ପ୍ରବଳ ବର୍ଷା ପବନ ହୋଇଛି।
The post କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ଟାଓ୍ୱାର, ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ appeared first on Odisha Reporter.
from Odisha Reporter https://ift.tt/Cu1jWNJ
No comments:
Post a Comment