ଭିସୁଟ୍‌ରେ ଛାତ୍ର ଅଶାନ୍ତି; ଅଫଲାଇନ୍‌ ପରୀକ୍ଷାକୁ ଜୋରଦାର ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 5, 2022

ଭିସୁଟ୍‌ରେ ଛାତ୍ର ଅଶାନ୍ତି; ଅଫଲାଇନ୍‌ ପରୀକ୍ଷାକୁ ଜୋରଦାର ବିରୋଧ

ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ଭିସୁଟ୍‌ରେ ଜୋର ଧରିଛି ଛାତ୍ର ଅଶାନ୍ତି । ତୃତୀୟ ଓ ପଞ୍ଚମ ସେମିଷ୍ଟର ଅଫଲାଇନ୍‌ ପରୀକ୍ଷା ପାଇଁ ବାହାରିଥିବା ବିଜ୍ଞପ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି । ଅନଲାଇନ୍‌ ପରୀକ୍ଷା କରାଯାଉ କିମ୍ବା ବିନା ପରୀକ୍ଷାରେ ମାର୍କ ପାଇବାକୁ ଛାତ୍ରଛାତ୍ରୀ ଦାବି କରିଥିବା ବେଳେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ନିଜ ଜିଦ୍‌ରେ ଅଟଳ ଥିବା ଛାତ୍ରଛାତ୍ରୀ ଗତକାଲିଠାରୁ ଧାରଣାରେ ବସିଛନ୍ତି। ରାତିରେ ମଧ୍ୟ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ  ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ  କୁଳପତି, କୁଳସଚିବ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀ  ପହଞ୍ଚି  ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମାତ୍ର କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଫଳରେ ଏବେ ବି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ଆନ୍ଦୋଳନରତ ଛାତ୍ରଛାତ୍ରୀ ଯୁକ୍ତି ବା‍ଢ଼ିଛନ୍ତି ଯେ,  ଗତ ୨୯ ତାରିଖରେ ସେମାନଙ୍କ ଚତୁର୍ଥ ଓ ଷଷ୍ଠ ସେମିଷ୍ଟାର ସରିଛି। ଏହାର ୨ ଦିନ ପରେ ତୃତୀୟ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ଅଫଲାଇନ୍‌ରେ ହେବ ବୋଲି କୁହାଯାଉଛି। ମାତ୍ର ୫, ୭ ଦିନ ଅନ୍ତରରେ ଆମେ କିପରି ୬ ମାସ ତଳର ପାଠ ରିଭିଜନ କରି ପରୀକ୍ଷା ଦେବୁ।

ତୃତୀୟ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷା ଗତ ଜାନୁୟାରୀରେ ହେବାର ଥିଲା। ମାତ୍ର କୋଭିଡ ଯୋଗୁ ସେତେବେଳେ ଉକ୍ତ ପରୀକ୍ଷାକୁ ସ୍ଥଗିତ  ରଖାଯାଇଥିବା ବେଳେ ଅନଲାଇନ୍‌ ପରୀକ୍ଷା ହେବ ବୋଲି ଆମକୁ କୁହାଗଲା। ମାତ୍ର  ତାହାକୁ ଗଡ଼ାଇ ଗଡ଼ାଇ ଏବେ ଅଫଲାଇନ୍‌ରେ କରିବେ ବୋଲି କହୁଛନ୍ତି।   ଆମେ ଏବେ ଏହାକୁ ଅଫଲାଇନ୍‌ ପରୀକ୍ଷା ଦେବାକୁ ପ୍ରସ୍ତୁତ ନାହୁଁ ।

ଏନେଇ କଲେଜ କୁଳପତି ବଂଶୀଧର ମାଝି କହିଛନ୍ତି,  ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଗତକାଲି ଆଲୋଚନା କରିଛି। ସେମାନେ ବିନା ପରୀକ୍ଷାରେ ମାର୍କ ଚାହୁଁଛନ୍ତି । ସେମାନଙ୍କୁ ପରୀକ୍ଷା ଦେବା ନିମନ୍ତେ ରାଜି କରିବାକୁ ଚେଷ୍ଟା ଚଳାଇଛୁ। ସେମାନଙ୍କ ସୁବିଧା ନିମନ୍ତେ ପରୀକ୍ଷା ମଝିରେ ଗ୍ୟାପ ଦେବାକୁ କୁହାଯାଇଛି। କୌଣସି ଡାଉଟ ଥିଲେ ପ୍ରଫେସରଙ୍କଠାରୁ ବୁଝିବାକୁ କୁହାଯାଇଛି।

ହେଲେ କର୍ତ୍ତୃପକ୍ଷଙ୍କ କଥା ଶୁଣିବା ମୁଡରେ ନ ଥିବା ଛାତ୍ରଛାତ୍ରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ବିନା ପରୀକ୍ଷାରେ ଅପଗ୍ରେଡ୍ କରିଦିଆଯାଉ କିମ୍ବା ସେହି ସେମିଷ୍ଟରକୁ ଅନଲାଇନ୍‌ ମୋଡରେ କରାଇବା ପାଇଁ ସେମାନେ ଦାବି କରିଛନ୍ତି ।

The post ଭିସୁଟ୍‌ରେ ଛାତ୍ର ଅଶାନ୍ତି; ଅଫଲାଇନ୍‌ ପରୀକ୍ଷାକୁ ଜୋରଦାର ବିରୋଧ appeared first on Odisha Reporter.



from Odisha Reporter https://ift.tt/zpydsDt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages