ଶ୍ରୀନଗର: ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଅବନ୍ତୀପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ ପୁଲିସ ସୂଚନା ଦେଇଛି। ଏଥିସହ ମୃତ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ ମଧ୍ୟ ଜବତ ହୋଇଛି।
ପୁଲିସ ସୂଚନା ମୁତାବକ, ଆତଙ୍କବାଦୀମାନେ ଏନକାଉଣ୍ଟର ବେଳେ ସୁରକ୍ଷାବାହିନୀ ଉପରେ ଗୁଳି ମାଡ କରିଥିଲେ। ପରେ ସେନା ଏହାର ମୁହଁତୋଡ ଜବାବ ଦେଇଥିଲା। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀମାନେ ତ୍ରାଲର ସାହିଦ ରାଥର ଏବଂ ସୋନିଆନ୍ର ଉମର ୟୁସୁଫ ବୋଲି ଚିହ୍ନଟ କରାଯାଇଛି।
ଜମ୍ମୁ-କଶ୍ମୀର ଆଇଜିଙ୍କ କହିବା ମୁତାବକ, ଆରିପାଲର ଜଣେ ମହିଳା ଶାକିଲା ଏବଂ ଲୁରଗାମ ତ୍ରାଲର ସରକାରୀ କର୍ମଚାରୀ ଜାଭିଦ୍ ଅହମ୍ମଦଙ୍କ ହତ୍ୟାରେ ଆତଙ୍କବାଦୀ ସାହିଦା ସମ୍ପୃକ୍ତ ଥିଲେ। ମୃତ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି AK-47 ଜବତ କରାଯାଇଛି।
ଏହାପୂର୍ବରୁ କାଠୁଆରେ ସୁରକ୍ଷାକର୍ମୀମାନେ ସୀମା ନିକଟରୁ ଏକ ସନ୍ଦିଗ୍ଧ ଡ୍ରୋନ୍କୁ ମଧ୍ୟ ଗୁଳି ମାରି ଖସାଇ ଦେଇଥିଲେ। ଏହି ଡ୍ରୋନ ଜରିଆରେ ୭ଟି ଗ୍ରେନେଡ ଓ ବୋମା ପାକିସ୍ତାନରୁ ଭାରତକୁ ଅଣାଯାଉଥିଲା। ସକାଳର ପାଟ୍ରୋଲିଂ ସମୟରେ ସୁରକ୍ଷାବାହିନୀମାନେ ଏହି ଡ୍ରୋନକୁ ଦେଖିଥିଲେ ପରେ ଏହାକୁ ନଷ୍ଟ କରାଯାଇଥିଲା। ଏଥି ସହିତ ଗତ ଗୁରୁବାର ଦିନ ସୁରକ୍ଷା ବାହିନୀ କୁପୱାରାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରିଥିଲେ।
The post ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ଦୁଇ ଆତଙ୍କବାଦୀ ସଫା appeared first on Odisha Reporter.
from Odisha Reporter https://ift.tt/wiYaPvG
No comments:
Post a Comment