ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ହେଲେ ତା’ପୂର୍ବରୁ ଆଜି ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ବିବାହ ପାଇଁ ଅନୁଷ୍ଠିତ ହେବ ନିର୍ବନ୍ଧ କାର୍ଯ୍ୟ। ସନ୍ଧ୍ୟାରେ ବରପିତା, ସପ୍ତରୁଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ ସାଙ୍ଗରେ ନେଇ ବାହାରିବ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର କନ୍ୟା ଅନ୍ୱେଷଣ ଶୋଭାଯାତ୍ରା।
କନ୍ୟା ମାତା ପିତାଙ୍କ ଘରେ ପହଞ୍ଚିବା ପରେ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞସା କରିବା ସହ ସର୍ଗିପତ୍ର ବିଡା ଦେଇ ବିବାହ ପାଇଁ ନିର୍ବନ୍ଧ ପକ୍କା କରିବେ। ଏଥର କନ୍ୟା ମାତା-ପିତା ହୋଇଥିବା ଗୋଲବଜାର ଅଞ୍ଚଳର ଗିରିଶ ପଟେଲ ଓ ହନସାବେନ ପଟେଲଙ୍କ ଘରକୁ ଯିବ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା। ନିର୍ବନ୍ଧ ପରଦିନ ଅର୍ଥାତ ଜୁନ ୧ ତାରିଖ ସଂଧ୍ୟାରେ ଅନୁଷ୍ଠିତ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟ ଗୁଆଗୁଣ୍ଡା।
ଅନ୍ୟପକ୍ଷରେ ପ୍ରଜ୍ଞାପନ ମେଢ ଓ ପରଭା ତିଆରି କାମ ବି ଜୋରସୋରରେ ଆଗେଇ ଚାଲିଛି।
The post ଚଳଚଞ୍ଚଳ ସମ୍ବଲପୁର ସହର; ଆଜି ବାଲୁଙ୍କେଶ୍ୱର ବାବାଙ୍କ ନିବର୍ନ୍ଧ appeared first on Odisha Reporter.
from Odisha Reporter https://ift.tt/tS1WyjU
No comments:
Post a Comment