ଆଜିଠୁ ଖୋଲିଲା ସ୍କୁଲ; ଜାଣନ୍ତୁ, ଖରା ଛୁଟି ନେଇ କ’ଣ କହିଲା ବିଭାଗ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 1, 2022

ଆଜିଠୁ ଖୋଲିଲା ସ୍କୁଲ; ଜାଣନ୍ତୁ, ଖରା ଛୁଟି ନେଇ କ’ଣ କହିଲା ବିଭାଗ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତି ଯୋଗୁ ଦୀର୍ଘ ୫ ଦିନ ହେଲା ବନ୍ଦ ରହିଥିବା ସ୍କୁଲ ଆଜିଠୁ ପୁଣି ଖୋଲିଛି। ଆଜି ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ସକାଳ ୬ଟାରେ ସ୍କୁଲରେ ପହଞ୍ଚିବେ, ଏହାପରେ ମଧ୍ୟାହ୍ନ ଭୋଜନ ସହିତ ୯ଟାରେ ଛୁଟି ହେବ। ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ଆଗରୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

କରୋନା ଯୋଗୁ ୨ ବର୍ଷ ହେବ ସ୍କୁଲ ବନ୍ଦ ଯୋଗୁ ପିଲାଙ୍କ ପାଠପଢ଼ା ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଏହାର ଭରଣା ପାଇଁ  ଚଳିତ ବର୍ଷ ଖରା ଛୁଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅସହ୍ୟ ତାତିରେ ରାଜ୍ୟବାସୀ କଲବଲ ହେଉଥିବା ବେଳେ ଜୁନ ବଦଳରେ ମେ’ ମାସରେ ଖରାଛୁଟି କରାଯାଉ ବୋଲି ମତପୋଷଣ କରିଥିଲା ଅଭିଭାବକ ସଂଘ ।

ସ୍କୁଲ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି, ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମେ’ ମାସରେ ତାପମାତ୍ରା ୩୫ ଡିଗ୍ରୀ ଟପିବନି । ତେଣୁ ପୁଣି ଥରେ ସ୍କୁଲ ଖୋଲି ପାଠପଢ଼ା ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ।

The post ଆଜିଠୁ ଖୋଲିଲା ସ୍କୁଲ; ଜାଣନ୍ତୁ, ଖରା ଛୁଟି ନେଇ କ’ଣ କହିଲା ବିଭାଗ… appeared first on Odisha Reporter.



from Odisha Reporter https://ift.tt/btj4fsz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages