କାଳବୈଶାଖିରେ ଫସିଗଲା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 1, 2022

କାଳବୈଶାଖିରେ ଫସିଗଲା ବିମାନ

ଦୁର୍ଗାପୁର: ଝଡ଼ ଭିତରେ ଫସିଗଲା ବିମାନ। ବିମାନ ଅବତରଣ ବେଳେ କାଳବୈଶାଖି ତାଣ୍ଡବରେ ଦୋହଲିଯାଇଥିଲା ବିମାନ। ହେଲେ ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ ଗୁରୁତର କ୍ଷତି ହୋଇ ନାହିଁ। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଡି ଘଟଣା ଘଟିଛି। ସ୍ପାଇସଜେଟ୍‌ର ବୋଇଙ୍ଗ ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ ଯାତ୍ରା କରିଥିଲା। ତେବେ ଦୁର୍ଗାପୁରରେ ସ୍ପାଇସଜେଟ୍‌ ବିମାନଟି ଅବତଣ କରିବା ବେଳେ ହଠାତ୍‌ ପପନଝଡ଼ରେ ଫସିଯାଇଥିଲା।

ବିମାନଟି ଆକାଶରେ ଦୋହଲିବାରୁ କ୍ୟାବିନରୁ ସାମଗ୍ରୀ ଖସିବାରେ ଲାଗିଥିଲା। ତେବେ ଏଥିରେ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ହେଲେ ବିମାନଟି ନିରାପଦ ସହ ଅବତରଣ କରିଥିଲା। ଓହ୍ଲେଇବା ପରେ ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କୁ ମେଡିକାଲ ସହୟତା ପ୍ରଦାନ କରାଯାଥିଲା।  ଏହି ଘଟଣା ପାଇଁ ସ୍ପାଇସ ଜେଟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି।

The post କାଳବୈଶାଖିରେ ଫସିଗଲା ବିମାନ appeared first on Odisha Reporter.



from Odisha Reporter https://ift.tt/KdyMS6u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages