କାଜୁ ତୋଳିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଦଳି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 7, 2022

କାଜୁ ତୋଳିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଦଳି ଦେଲା ହାତୀ

ତେଲକୋଇ (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବନବିହାରିପୁର ନୂଆଗାଁ ମୁଣ୍ଡା ସାହିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳ ଜଣଙ୍କ ହେଲେ କୁଳନଷରା ଗାଁର ଜନହି ଦେହୁରୀ।

ଗତକାଲି ସନ୍ଧ୍ୟା ବେଳେ ଜନହି ଓ ଅନ୍ୟ ଜଣେ ବୃଦ୍ଧା ବିଳାସ ଦେହୁରୀ ମିଶି ନୂଆଗାଁ ମୁଣ୍ଡା ସାହିରେ ଥିବା କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିଲେ। କାଜୁ ତୋଳିବା ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଜନହିଙ୍କୁ ହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଳାସ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ବନ ବିଭାଗର ତତ୍ପରତା ପ୍ରକାଶ ପାଉନଥିବାରୁ ଏପରି ଘଟଣା ବାରମ୍ବାର ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

The post କାଜୁ ତୋଳିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଦଳି ଦେଲା ହାତୀ appeared first on Odisha Reporter.



from Odisha Reporter https://ift.tt/YXZVs31

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages