ପରିକ୍ରମା ପ୍ରକଳ୍ପକୁ କେବେ ବିରୋଧ କରିନି, ରାଜ୍ୟ ଓ କେନ୍ଦ୍ର ସରକାର ମିଶି କାମଟା ସାରି ଦିଅନ୍ତୁ: ପୁରୀ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 12, 2022

ପରିକ୍ରମା ପ୍ରକଳ୍ପକୁ କେବେ ବିରୋଧ କରିନି, ରାଜ୍ୟ ଓ କେନ୍ଦ୍ର ସରକାର ମିଶି କାମଟା ସାରି ଦିଅନ୍ତୁ: ପୁରୀ ବିଧାୟକ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିଜେପିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଆଇନ କହି ଜୋରଦାର ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଆଜି ସ୍ପଷ୍ଟ କରିଛନ୍ତି ଯେ ସେ ଏହାକୁ କେବେ ବି ବିରୋଧ କରି ନାହାନ୍ତି। ଏହା ସହିତ ଏହି କାମକୁ ତୁରନ୍ତ ଶେଷ କରାଯାଉ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସେ ବାରମ୍ବାର ମତ ବଦଳାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇ ଏହି କଥା କହିଛନ୍ତି।

ସେ କହିଛନ୍ତି, “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ମୁଁ କେବେ ବି ବିରୋଧ କରିନି। ପ୍ରାରମ୍ଭରୁ ମୋର ଏଥିପ୍ରତି ସମର୍ଥନ ରହିଛି। ଆଜି ବି ଅଛି। ପୂରା ପ୍ରକଳ୍ପ କାମ ଶେଷ ହେବା ପର୍ଯ୍ୟନ୍ତ ସମର୍ଥନ ରହିବ। ମୁଁ କେବେ ମତ ବଦଳେଇନି। ଏମଆର ମଠ ଭଙ୍ଗା ହେଲା ଦିନଠୁ ମୁଁ ଏହାକୁ ସମର୍ଥନ କରୁଛି।

ମୋ କହିବା କଥା ଜଗନ୍ନାଥ ମନ୍ଦିରରେ ଯେଉଁ ପ୍ରକଳ୍ପ ଚାଲିଛି, ତାକୁ ନେଇ କୌଣସି ପ୍ରକାର ରାଜନୀତ କରା ନଯାଉ। ଏହାକୁ ସମସ୍ତେ ସହଯୋଗ କରନ୍ତୁ। ରାଜ୍ୟ ସରକାର ଓ ଭାରତ ସରକାର ମିଶିକି କାମଟାକୁ ସାରି ଦିଅନ୍ତୁ। ଏହାକୁ ଯେତେ ବିବାଦ ଭିତରକୁ ଟାଣିବେ ଶ୍ରୀମନ୍ଦିର ଓ ପୁରୀ ସହରବାସୀଙ୍କର ସେତେ ଅଧିକ କ୍ଷତି ହେବ।”

ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଐତିହ କୀର୍ତ୍ତିରାଜି ଯେତେବେଳେ ଭଙ୍ଗା ହେଲା, ସେତେବେଳେ ବିରୋଧ ହେବାର ଥିଲା। ସେତେବେଳେ କେହି ବିରୋଧ କଲେନି। ବିଧାନସଭାରେ ଯେତେବେଳେ ପ୍ରସ୍ତାବ ଆସିଥିଲା, ସମସ୍ତ ୧୪୭ ବିଧାୟକ ହାତ ଟେକି ଏହାକୁ ସ୍ୱାଗତ କରି ଦେଲେ। ମଠ ଭାଙ୍ଗିବା ପାଇଁ ମହନ୍ତ ମାନେ ବି ରାଜି ହୋଇଯାଇଥିଲେ। ସେଥିରେ ମୁଁ କାହିଁକି ବିରୋଧ କରିଥା’ନ୍ତି?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ସହିତ ତାଙ୍କର ଗୁପ୍ତ ବୁଝାମଣା ହୋଇଛି କି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଥିଲେ- ନା, ଏଠି ନୋ ପଲିଟିକ୍ସ। ଓନ୍‌ଲି ବିକାଶ। ମୁଁ ମ୍ୟୁନିସିପାଲିଟି ଚେୟାରମ୍ୟାନ ଥିବା ବେଳେ ମୁଁ ନିଜକୁ ନା ବିଜେଡିର କହୁଥିଲି ନା ବିଜେପିର ନା କଂଗ୍ରେସର। ମୁଁ ନିଜକୁ କେବଳ ପୁରୀର ନଗରପାଳ ବୋଲି ଭାବୁଥିଲି। ଚୌକିରୁ ତଳକୁ ଓହ୍ଲାଇଲେ ବିଜେଡିର ହେଉଥିଲି। ଏବେ ମୁଁ ପୁରୀ ବିଧାୟକ। ବିଜେଡି, ବିଜେପି ସବୁ ପାର୍ଟି ଅଫିସ୍‌ରେ।

ଖନନ କାର୍ଯ୍ୟ ତୁରନ୍ତ ବନ୍ଦ ଦାବି କଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ। ଆଜି ଅଭିଯାନର କର୍ମକର୍ତ୍ତାମାନେ ଏକ ପ୍ରେସମିଟ୍ କରି ସରକାର ତୁରନ୍ତ ଖନନ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି,  ବାଲିର ଗଦା ଉପରେ ଶ୍ରୀମନ୍ଦିର ନିର୍ମିତ। ତେଣୁ ମନ୍ଦିର ଚାରିପାଖରେ ଖନନ କରାଗଲେ ବିପଦ ଅଛି।  ଯଦି ବାଲି ଧସିଲା, ତା’ହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିବ।

ସରକାର ଖନନ ବନ୍ଦ ନକଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏହି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଦରକାର ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରହିତାଦେଶ ପାଇଁ ନିବେଦନ କରିବୁ ବୋଲି କହିଛନ୍ତି ଅଭିଯାନର କର୍ମକର୍ତ୍ତା।

The post ପରିକ୍ରମା ପ୍ରକଳ୍ପକୁ କେବେ ବିରୋଧ କରିନି, ରାଜ୍ୟ ଓ କେନ୍ଦ୍ର ସରକାର ମିଶି କାମଟା ସାରି ଦିଅନ୍ତୁ: ପୁରୀ ବିଧାୟକ appeared first on Odisha Reporter.



from Odisha Reporter https://ift.tt/94vZdyH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages