ବାରାଣସୀ: ତେଜୁଛି କାଶୀ ବିଶ୍ୱନାଥ ଧାମ- ଜ୍ଞାନବାପି ମସଦିଦ୍ ମାମଲା। ବାରାଣସୀରେ ପ୍ରତିଷ୍ଠିତ କାଶୀ ବିଶ୍ୱନାଥ ଧାମ ସଂଲଗ୍ନ ଜ୍ଞାନବାପି ମସଦିଦ୍ର ଭିଡିଓଗ୍ରାଫି ଜାରି ରହିବ। ମଙ୍ଗଳାବାର ସୁଦ୍ଧା ଏହି ଯାଞ୍ଚ ସାରିବାକୁ ସ୍ଥାନୀୟ ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଆବେଦନକାକାରୀ ଚାହିଁଲେ ଯେ କୌଣସି ସ୍ଥାନରେ ଭିଡିଓଗ୍ରାଫି କରାଯାଇ ପାରିବ । ବେସମେଣ୍ଟ ସହ ମସଜିଦ୍ରେ ଭିଡିଓଗ୍ରାଫି ଲାଗିଆବେଦନକାରୀ ଆବେଦନ କରିଥିଲେ। ଗତ ଏପ୍ରିଲ ମାସରେ ଏହାର ଭିଡିଓଗ୍ରାଫି ଯାଞ୍ଚ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜ୍ଞାନବାପି ମସଦିଦ୍ର ପଶ୍ଚିମ ଦିଆଲ ପଛପଟେ ଥିବା ହିନ୍ଦୁ ମୂର୍ତ୍ତି ପୂଜାର୍ଚ୍ଚନା ଲାଗି ଅନୁମତି ଦେବାକୁ ୫ ଜଣ ହିନ୍ଦୁ ମହିଳା ଦାବି କରିଥିଲେ। ଏହି ମୂର୍ତ୍ତି ଅବସ୍ଥିତି ନେଇ ସର୍ଭେ ଜାରି ରହିଥିବା ବେଳେ ମେ ୧୭ରେ ସରିବା ନେଇ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି।
ଆବେଦନକାରୀଙ୍କ ଓକିଲ ସୁବାଶ ନନ୍ଦନ ଚତୁର୍ବେଦୀ କହିଛନ୍ତି ଯେ, ସର୍ଭେ ପାଇଁ ସେଠାରେ ପଡ଼ିଥିବା ତାଲାକୁ ଭଙ୍ଗାଯିବ। ଏଥିରେ ଯିଏ ବାଧା ଦେବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସର୍ଭେ ପାଇଁ ଉଭୟ ପାର୍ଟି ପକ୍ଷରୁ ସଦସ୍ୟ ଯାଇ ପାରିବେ। ସେପଟେ କୋର୍ଟ ଏହି ମାମଲାରେ ଶୁଣାଣି କରରି କହିଛନ୍ତି ଯେ, କୋର୍ଟଙ୍କ ଦ୍ୱରା ନିଯୁକ୍ତ କମିଶନର ବଦଳିବେନି।
ଏହି ମାମଲାରେ ଅଭିଯୋଗକାରୀ ଏବଂ ପ୍ରତିପକ୍ଷଙ୍କ ପକ୍ଷରୁ କୋର୍ଟରେ ଦୁଇଟି ପୃଥକ ଆବେଦନ କରାଯାଇଛି। ଅଭିଯୋଗକାରୀଙ୍କ ତରଫରୁ ବ୍ୟାରିକେଡିଂ ଭିତରେ ଥିବା ବେସମେଣ୍ଟକୁ ଯାଞ୍ଚ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି। ଆଡଭୋକେଟ କମିଶନର ନିରପେକ୍ଷ ନୁହଁନ୍ତି ବୋଲି ଅଭିଯୋଗ କରାଯାଇ ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତଜାନିଆ ତାଙ୍କୁ ବଦଳାଇବାକୁ କୋର୍ଟରେ ଆବେଦନ କରାଯାଇଥିଲା ।
ଶୁଣାଣି ସମୟରେ ତାଲା ଭାଙ୍ଗି ଜ୍ଞାନବାପି ମସଜିଦ ଭିତରକୁ ଯାଇ ଭିଡିଓଗ୍ରାଫି ଏବଂ ସର୍ଭେ ଦାବିକୁ ଅଞ୍ଜୁମାନ ପକ୍ଷରୁ ବିରୋଧ କରାଯାଇଥିଲା। ଆଡଭୋକେଟ ଅଭୟନାଥ ଯାଦବ କହିଛନ୍ତି ଯେ ୧୯୩୬ ମସିହାରେ ଦେନ ମହମ୍ମଦଙ୍କ ବୈଦେଶିକ ସଚିବଙ୍କ ନିକଟରେ ଏହା ଘୋଷଣା କରାଯାଇଛି ଯେ ମସଜିଦ, କୋର୍ଟ ପ୍ରାଙ୍ଗଣ ଏବଂ ଏହା ତଳେ ଥିବା ଜମି ୱାକଫ ବୋର୍ଡର। ସେ କହିଛନ୍ତି ଯେ ଏଠାରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକମାନେ ଧର୍ମ ଅନୁଯାୟୀ ନମାଜ, ପ୍ରାର୍ଥନା, ଉର୍ସ ଇତ୍ୟାଦି କରିବାର ଅଧିକାର ପାଇଛନ୍ତି, ଯାହା ପ୍ରାଚୀନ କାଳରୁ କୌଣସି ପ୍ରତିବନ୍ଧକ ବିନା ଚାଲି ଆସୁଛି। ଏପରି ପରିସ୍ଥିତିରେ,ଜ୍ଞାନବାପି ବେସମେଣ୍ଟ ଭିତରେ ଥିବା ତାଲା ଭାଙ୍ଗି ଏକ ସର୍ଭେ କରିବା ପାଇଁ ଆବେଦନ ଖାରଜ କରାଯିବା ଯୋଗ୍ୟ ବୋଲି ସେ କହିଥିଲେ।
The post ଜ୍ଞାନବାପି ମସଜିଦ୍ର ଭିଡିଓଗ୍ରାଫି ଜାରି ରହିବ:କୋର୍ଟ appeared first on Odisha Reporter.
from Odisha Reporter https://ift.tt/ELxM3uw
No comments:
Post a Comment