ମାଉସୀ ମା’ ମନ୍ଦିର ସମ୍ମୁଖରେ ଯୁବକଙ୍କୁ ଛୁରାମାଡ଼   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 25, 2022

ମାଉସୀ ମା’ ମନ୍ଦିର ସମ୍ମୁଖରେ ଯୁବକଙ୍କୁ ଛୁରାମାଡ଼  

ପୁରୀ(ଓଡ଼ିଶା ରିପୋର୍ଟର):  ପୁରୀ ମାଉସୀମା ମନ୍ଦିର ସମ୍ମୁଖରେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି।

ଗତକାଲି ସୂର୍ଯ୍ୟନାରାୟଣ ମାଉସୀମା ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ବେଳେ ହଠାତ୍ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ଼ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କୁମ୍ଭାରପଡ଼ା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

 

The post ମାଉସୀ ମା’ ମନ୍ଦିର ସମ୍ମୁଖରେ ଯୁବକଙ୍କୁ ଛୁରାମାଡ଼   appeared first on Odisha Reporter.



from Odisha Reporter https://ift.tt/N6htDgG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages