ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ରହିଛି ପାକ୍‌ କନେକସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 22, 2022

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ରହିଛି ପାକ୍‌ କନେକସନ୍‌

ଚଣ୍ଡିଗଡ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ପଞ୍ଜାବ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଏନ୍‌ଆଇଏକୁ ମିଳିଛି ବଡ ସଫଳତା। ଧରାପଡିଛି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ମାଷ୍ଟରମାଇଣ୍ଡକୁ ପୁଲିସ ଗିରଫ କରିଛି। ତେବେ ପୁଲିସ ଗିରଫ ଅଭିଯୁକ୍ତର ନାଁ ପ୍ରକାଶ ନକରି ଗୋପନ ରଖିଛି। ତେବେ ଗିରଫ ହୋଇଥିବା ଏହି ଅଭିଯୁକ୍ତ ସହ ପାକିସ୍ତାନ କନେକ୍‌ସନ୍‌ ରହିଛି। ତାକୁ ପୁଲିସ ପଚରାଉଚରା ଜାରି ରଖିଛି।

ପଞ୍ଜାବ ପୁଲିସ ଡିଜିପି କହିଛନ୍ତି ‘ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ପଞ୍ଜାବ ପୁଲିସ ପର୍ଦ୍ଦାଫାସ୍ କରିଛି। ବର୍ଡର ରେଞ୍ଜର ଏସ୍‌ଟିଏଫ୍ ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ବିସ୍ଫୋରଣରେ ବ୍ୟବହାର ହୋଇଥିବା ଆଇଡିକୁ ଆଇଏସ୍ଆଇ ଦ୍ୱାରା ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ପଠାଯାଇଥିଲା।’

ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଏନ୍‌ଆଇଏ ସହ ମିଶି ଅପରେସନ କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ମେ ୨୦ରେ ଏସ୍‌ଟିଏଫ୍ ୫ ଜଣଙ୍କୁ ଗିରଫ କରିଥିଲା। ମାମଲାରେ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଥିଲା ବୋଲି ଡିଜିପି କହିଛନ୍ତି।
ବିଦେଶରେ ରହି ଫୋନ୍ କଲ ସାହାଯ୍ୟରେ ଖଲିସ୍ତାନ ଗ୍ରୁପ ନାବାଳକକୁ ଟ୍ରେନିଂ ଦେଉଥିଲେ ବୋଲି ତଦନ୍ତରେ ଜଣାପଡ଼ିଛି।

ଗତବର୍ଷ ଡିସେମ୍ବର ୨୩ ତାରିଖରେ ଲୁଧିଆନ କୋର୍ଟ ପରିସରରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଥିଲେ। ଘଟଣାରେ ଏନ୍‌ଆଇଏ ଜର୍ମାନୀର ଖଲିସ୍ତାନୀ ଆତଙ୍କବାଦୀ  ଜଶୱିନ୍ଦର ସିଂହ ମୁଲତାନୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମୁଲତାନୀର ପୂର୍ବରୁ ଏପ୍ରିଲ ୨୪ରେ ଚଣ୍ଡିଗଡ଼ ବୁନ୍ଦେଲ ଜେଲ୍‌ରେ ଆଇଡି ସେଟ୍ ରଖିବା ମାମଲାରେ ମଧ୍ୟ ସମ୍ପୃକ୍ତି ରହିଛି।

The post ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ରହିଛି ପାକ୍‌ କନେକସନ୍‌ appeared first on Odisha Reporter.



from Odisha Reporter https://ift.tt/NwVza2X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages