ଶ୍ରୀନଗର: ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ମାକେରକୋଟ ସ୍ଥିତ ଖୋନି ନାଲାରେ ନିର୍ମାଣଧୀନ ସୁଡ଼ଙ୍ଗ ଭୁଶୁଡ଼ିବାର ଦୁଇ ଦିନ ପରେ ମାଟି ତଳୁ ଆଉ ୧୦ ମୃତଦେହ ଉଦ୍ଧାର ହୋଇଛି। ଫଳରେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ସମସ୍ତ ନିଖୋଜ ଶ୍ରମିକଙ୍କ ମୃତଦେହ ମିଳିବା ସହ ଦୁଇ ଦିନ ଧରି ଚାଲିଥିବା ଉଦ୍ଧାରକାର୍ଯ୍ୟ ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
ମୃତକଙ୍କ ପରିବାର ଲୋକଙ୍କୁ ସୂଚିତ କରାଯାଇଛି। ୧୦ଜଣ ମୃତ ଶ୍ରମିକଙ୍କ ମଧ୍ୟରେ ପାଞ୍ଚ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ସେହିପରି ଜଣେ ଆସାମ, ଦୁଇ ଜଣ ନେପାଲ ଏବଂ ଆଉ ଦୁଇ ଜଣ ସ୍ଥାନୀୟ ବାସିନ୍ଧା ଥିବା କୁହାଯାଉଛି। ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ରାମବନ ଏସ୍ପି କହିଛନ୍ତି।
ଗୁରୁବାର ରାତିରେ ହଠାତ ଏହି ନିର୍ମାଣଧୀନ ସୁଡଙ୍ଗଟି ଭୁଶୁଡି ପଡିଥିଲା। ଏହାପରେ ତୁରନ୍ତ ଶୁକ୍ରବାର ମଧ୍ୟରାତ୍ରିରେ ଉଦ୍ଧାରକାରୀ ଦଳ ତିନିଜଣଙ୍କୁ ଉଦ୍ଧାରକରି ଡାକ୍ତରଖାନାକୁ ନେଇଥିଲେ। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
ଗୁରୁବାର ରାତିରେ ଖୋନି ନାଲାରେ ଥିବା ସୁଡ଼ଙ୍ଗର ସମ୍ମୁଖ ଭାଗର କିଛି ଅଂଶର ଅଡିଟ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ଏହାପରେ ସେନା ଓ ପୁଲିସ୍ ତରଫରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିଯୋଗୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରି ଦିଆଯାଇଥିଲା।
ଏହା ପୂର୍ବରୁ ଅଧିକାରୀମାନେ କହିଛନ୍ତି, ଶନିବାର ଅନେକ ଘଣ୍ଟାର ପରିଶ୍ରମ ଓ ଖୋଜାଖୋଜିୀ ପରେ ମୃତଦେହ ଗୁଡିକୁ ମାଟିତଳୁ ଉଦ୍ଧାର କରାଯାଇଛି। ପଥର ତଳେ ଦବି ରହିଥିବା ଦୁଇଟି ମୃତଦେହକୁ ଉଦ୍ଧାର କରିବା ପାଇଁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥଇଲା। ପରେ ଆଉ ୮ ଜଣଙ୍କ ମୃତଦେହକୁ ବାହାର କରାଯାଇଥିଲା। ଡେପୁଟି କମିଶନର କହିଛନ୍ତି ଯେ ସାରା ଦିନର କଠିନ ଅନୁସନ୍ଧାନ ପରେ ଉଦ୍ଧାରକାରୀଦଳ ସୁଡ଼ଙ୍ଗ ମୁହାଣରୁ ଭୂସ୍ଖଳନ ସ୍ଥଳରୁ ସମସ୍ତ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଥିଲେ।
The post ଜମ୍ମୁକଶ୍ମୀର ସୁଡ଼ଙ୍ଗ ଦୁର୍ଘଟଣା: ମାଟି ତଳୁ ଉଦ୍ଧାର ହେଲା ୧୦ ମୃତଦେହ appeared first on Odisha Reporter.
from Odisha Reporter https://ift.tt/81bvuwZ
No comments:
Post a Comment