କୋଲକତା: ଆଉ ଶୁଭିବନି କେକେଙ୍କ ଦମଦାର ଭଏସ୍। ତାଙ୍କ ଗୀତରେ ଆଉ ଦୁଲୁକିବନି ମଞ୍ଚ କି ଝୁମିବେନି ଦର୍ଶକ । ଗତକାଲି କୋଲକତାରେ ଲାଇଭ୍ କନସର୍ଟ ବେଳେ ଅସୁସ୍ଥତା ହେତୁ ସବୁ ଦିନ ପାଇଁ ସୁପ୍ରସିଦ୍ଧ ସିଙ୍ଗର କେକେ ଆଖି ବୁଜିଦେଇଥିବା ବେଳେ ନରମି ଯାଇଛି ତାଙ୍କ ସ୍ୱର ।
‘ହମ ରହେଁ ୟା ନା ରହେଁ କଲ’ । କେକେଙ୍କ ଏହି ସୁପରହିଟ୍ ଗୀତ ଯେ, ତାଙ୍କ ଜୀବନର ଶେଷ ଗୀତ ହେବ ବୋଲି କେହି ବିଶ୍ୱାସ କରି ନ ଥିଲେ। ଗତକାଲି କୋଲକତାରେ ଲାଇଭ୍ କନସର୍ଟ ବେଳେ କେକେ ଶେଷ ଥର ପାଇଁ ଗାଇଥିଲେ ଏହି ଗୀତ । ଏବେ ଭାଇରାଲ ହେଉଛି କେକେଙ୍କ ଏହି ଶେଷ ଭିଡିଓ । ଏହି ଭିଡିଓକୁ ନ୍ୟୁଜ ଏଜେନ୍ସି ଏଏନଆଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର କରିଛି।
ନବେ ଦଶକରେ ୟଙ୍ଗଷ୍ଟରଙ୍କ ମଧ୍ୟରେ କେକେଙ୍କର ଖୁବ୍ କ୍ରେଜ ଥିଲା। କେକେଙ୍କ ଜନ୍ମ ଦିଲ୍ଲୀରେ ହୋଇଥିବା ବେଳେ ତାଙ୍କ ଶୋ’ ଖୁବ୍ ଏନର୍ଜେଟିକ୍ ଥିବାରୁ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରୁଥିଲେ। ବିଶେଷତଃ ସ୍କୁଲ ଓ କଲେଜର ବିଦାୟ ସମ୍ବର୍ଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କେକେଙ୍କର ଖୁବ୍ ଡିମାଣ୍ଡ ଥିଲା। ମୃତ୍ୟୁର ୮ ଘଣ୍ଟା ପୂର୍ବରୁ ଖୋଦ କେକେ ନିଜ ଇନଷ୍ଟାଗ୍ରାମ ପେଜ୍ରେ କୋଲକତାରେ ନିଜ ସଙ୍ଗୀତ କାର୍ଯ୍ୟକ୍ରମ ଅପଡେଟ୍ କରିଥିଲେ।
#WATCH | Singer KK died hours after a concert in Kolkata on May 31st. The auditorium shares visuals of the event held some hours ago. KK was known for songs like ‘Pal’ and ‘Yaaron’. He was brought dead to the CMRI, the hospital told.
Video source: Najrul Manch FB page pic.twitter.com/YiG64Cs9nP
— ANI (@ANI) May 31, 2022
The post ‘ହମ ରହେଁ ୟା ନା ରହେଁ କଲ’, ଗୀତ ପରେ ସବୁ ଦିନ ପାଇଁ ନୀରବି ଗଲେ କେକେ appeared first on Odisha Reporter.
from Odisha Reporter https://ift.tt/AyH9dBN
No comments:
Post a Comment