ଦିବ୍ୟାଙ୍ଗ ବୋଲି ନାବାଳକଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସରେ ମିଳିଲାନି ଏଣ୍ଟ୍ରି; ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 8, 2022

ଦିବ୍ୟାଙ୍ଗ ବୋଲି ନାବାଳକଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସରେ ମିଳିଲାନି ଏଣ୍ଟ୍ରି; ଭିଡିଓ ଭାଇରାଲ

ରାଞ୍ଚି: ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀ ଭୁଲିଗଲେ ମାନବିକତା । ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଦେଲେନି ସୁଯୋଗ  । ଝାଡ଼ଖଣ୍ଡ ରାଞ୍ଚି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣାର ଚିତ୍ର । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏପରିକି ଏହି ଭିଡିଓ ଦେଖି ଭବିଷ୍ୟତରେ କେବେ ବି ଇଣ୍ଡିଗୋ ଏୟାରଲାଇନ୍ସରେ ଯିବେ ନାହିଁ ବୋଲି ମନସ୍ଥ କରିଥିବା ବହୁ ଯାତ୍ରୀ ଟ୍ୱିଟ କରିଛନ୍ତି।

ସୂଚନାଯୋଗ୍ୟ, ଭିଡିଓରେ ଦେଖାଯାଇଛି ଓ୍ୱିଲ୍ ଚେୟାରରେ ଦିବ୍ୟାଙ୍ଗ ପିଲାଟି  ନିଜ ମାତାପିତାଙ୍କ ସହ ବିମାନକୁ ଅପେକ୍ଷା କରିଥିଲେ। ହେଲେ ପିଲାଟିର ଅସ୍ୱାଭାବିକ ଆଚରଣ ଦେଖି ପିଲାଟିକୁ ବିମାନରେ ଯିବାକୁ  କର୍ମଚାରୀ  ଅନୁମତି ଦେଇ ନ ଥିଲେ। ସମ୍ପୃକ୍ତ ପିଲା  ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ । ଏହ ସହ ସଂପୃକ୍ତ ନାବାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା ।

ବିମାନ କର୍ମଚାରୀଙ୍କ ଏତାଦୃଶ ବ୍ୟବହାରକୁ ସେଠାରେ ଥିବା ଅନ୍ୟ ଯାତ୍ରୀ ବରଦାସ୍ତ କରି ନ ପାରି ପ୍ରବଳ ବିରୋଧ କରିଥିଲେ। ଏପରିକି ଇଣ୍ଡିଗୋ କର୍ମଚାରୀ ଦିବ୍ୟାଙ୍ଗ ନାବାଳକଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିବାର ଦୃଶ୍ୟକୁ ଅନ୍ୟ ଯାତ୍ରୀମାନେ ମୋବାଇଲରେ କଏଦ କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଲୋଚନାର ସରବ୍ୟ ହୋଇଛି ଇଣ୍ଡିଗୋ ଏୟାର ଲାଇସେନ୍ସ।

ଇଣ୍ଡିଗୋ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇ କୁହାଯାଇଛି ଯେ, ସଂପୃକ୍ତ ଦିବ୍ୟାଙ୍ଗ ନାବାଳକ ଏବଂ ତାଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ରହିବା ପାଇଁ ସୁବିଧା କରାଯାଇଥିଲା । ଆଜି ସକାଳୁ ସେମାନଙ୍କୁ ଇଣ୍ଡିଗୋ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଛି  । ଏହା ସହ ଇଣ୍ଡିଗୋ ବିମାନରେ ମାସିକ ୭୫ ହଜାର ଦିବ୍ୟାଙ୍ଗ ଉଡ଼ାଣ ଭରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ  । ଘଟଣାର ନିଜେ ତଦନ୍ତ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରିଛନ୍ତି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯିବ । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ କରିଛନ୍ତି ମନ୍ତ୍ରୀ ।

The post ଦିବ୍ୟାଙ୍ଗ ବୋଲି ନାବାଳକଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସରେ ମିଳିଲାନି ଏଣ୍ଟ୍ରି; ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/B74UidA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages