ପାକିସ୍ତାନ ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 8, 2022

ପାକିସ୍ତାନ ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ

ଚଣ୍ଡିଗଡ଼: ସୋମବାର ପାକିସ୍ତାନ ପଟରୁ ଭାରତ ମୁହାଁହୋଇ ଆସୁଥିବା ଏକ ଡ୍ରୋନ୍‌କୁ ମାରି ଖାସାଇଦେଇଛି ବିଏସଏଫ। ଏହି ଡ୍ରୋନ୍‌ ମାଧ୍ୟମରେ ହେରୋଇନ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପଞ୍ଜାବର ଅମୃତସରକୁ ଚାଲାଣ ହେଉଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି।

ଏହି ଡ୍ରୋନ୍‌ରୁ ୯ ପ୍ୟାକେଟ ହେରୋଇନ୍ ମିଳିଥିବା ବିଏସଫ ପକ୍ଷରୁ ସୂଚନା ମିଳିଛି। ସୀମାରେ ଏହି ନିଷିଦ୍ଧ ନିଶା କାରବାର ହେଉଥିବା ବେଳେ ବିଏସଏଫ ପକ୍ଷରୁ ପଣ୍ଡ କରି ଦିଆଯାଇଛି। ପାକିସ୍ତାନ ପକ୍ଷରୁ ଡ୍ରୋନ୍‌ଟି ସୀମା ଦେଇ ଭାରତ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଗୁଳି କରାଯାଇଥିଲା । ଡ୍ରୋନ୍‌ଟି ତଳେ ଖସିବା ପରେ ଯାଞ୍ଚ କରାଯାଥିଲା।  ତଦନ୍ତ ବେଳେ ଉକ୍ତ ଡ୍ରୋନ୍‌ରେ ୯ଟି ପ୍ୟାକେଟରେ ୧୦.୬୭୦ କେଜି ହେରୋଇନ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୁଳିସ  ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

The post ପାକିସ୍ତାନ ଡ୍ରୋନ୍‌ରେ ଆସୁଥିଲା ହେରୋଇନ୍, ମାରି ଖସାଇଲା ବିଏସଏଫ appeared first on Odisha Reporter.



from Odisha Reporter https://ift.tt/aEexG8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages