ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି, ବିଲଡିଂ ମାଲିକ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 13, 2022

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି, ବିଲଡିଂ ମାଲିକ ଫେରାର

ନୂଆଦିଲ୍ଲୀ:  ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ୪ ମହଲା ବିଶିଷ୍ଟ ବ୍ୟବସାୟକ ପ୍ରତିଷ୍ଠାନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୬ ଜଣ ଗୁରୁତର ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

ଅଗ୍ନିକାଣ୍ଡ ପରେ ଏବେ ବି ବହୁ ଲୋକ ନିଖୋଜ ଥିବା ବେଳେ ସେମାନଙ୍କ ପତ୍ତା ପାଉ ନାହାନ୍ତି ପରିବାର ଲୋକ । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟମାନେ ଏ ମେଡିକାଲ୍‌ରୁ ସେ ମେଡିକାଲକୁ ଘୁରି ବୁଲୁଛନ୍ତି । ଫଳରେ ସେମାନେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ରେସକ୍ୟୁ ଅପରେସେନ ଶେଷ ହୋଇଥିଲେ ବି ଅଗ୍ନିଶମ କର୍ମଚାରୀ ବିଲଡିଂକୁ ଭଲ ଭାବେ ଯାଞ୍ଚ କରୁଛନ୍ତି।

ପୁଲିସ୍‌ ସୂଚନା ମୁତାବକ , ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନସ୍ଥିତ ଏକ ବହୁତଳ କୋଠାର ପ୍ରଥମ ମହଲାରେ ଗତକାଲି ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହି ବିଲଡିଂରେ ମୁଖ୍ୟତଃ ବିଭିନ୍ନ ଅଫିସର କାର୍ଯ୍ୟାଳୟ ରହିଛି। ନିଆଁ ଆଖି ପିଛୁଳାକେ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ବିଲଡିଂରୁ ବାହାରିବାକୁ ଗୋଟିଏ ସିଡି ଥିବାରୁ ଉକ୍ତ ବାଟ ଦେଇ ସମସ୍ତେ ବାହାରିବା ସମ୍ଭବପର ହୋଇ ନ ଥିଲା। ଏଥିସହ ବିଲଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ବିଲଡିଂର ମାଲିକ ମନିଷ ଲାକରା ଫେରାର ଅଛନ୍ତି।

ନିଆଁ ଲାଗିବା ସମୟରେ ବିଲଡିଂର ଦ୍ୱିତୀୟ ମହଲାରେ ଏକ ମୋଟିଭେସନାଲ ସ୍ପିଚ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବହୁ ଲୋକ ରୁଣ୍ଡ ହୋଇଥିଲେ। ତେଣୁ ଅଧିକ ସଂଖ୍ୟକ ମୃତଦେହ ଉକ୍ତ ମହଲାରୁ ଉଦ୍ଧାର ହୋଇଥିବା ଜଣାଯାଇଛି। ରେସକ୍ୟୁ ଅପରେସନ ଏବେ ବି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବ‍ଢ଼ିପାରେ ବୋଲି ଆଶଙ୍କା ପ୍ରକଟ କରାଯାଉଛି।

ଏହି ଅଗ୍ନିକାଣ୍ଡ ଖବର ପାଇ ପ୍ରାୟ ୩୦ଟି ଦମକଳ ଗାଡ଼ିକୁ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ତୁରନ୍ତ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଏଥିରେ କୌଣସି ଅଗ୍ନିଶମ କର୍ମଚାରୀ ଆହତ ହୋଇ ନ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି।

ଏହି ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ  ଶୋକବ୍ୟକ୍ତ କରିଛନ୍ତି। ଏହି ଘଟଣାରେ ଅତ୍ୟନ୍ତ ଦୁଃଖୀ ହେବା ସହ ଗୁରୁତରମାନଙ୍କ ଆଶୁ ଆରୋଗ୍ୟ କାମନା କରୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରିଛନ୍ତି ।

ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି, ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଗୁରୁତରମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଥି ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଗୁରୁତରମାନଙ୍କୁ ୫୦ ହଜାର ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

The post ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି, ବିଲଡିଂ ମାଲିକ ଫେରାର appeared first on Odisha Reporter.



from Odisha Reporter https://ift.tt/ADNUGOm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages