ଲମତାପୁଟ(ଓଡ଼ିଶା ରିପୋର୍ଟର): ରାତି ଅଧିଆ ଗାଁରେ ଚଢାଉ କରି ଗଞ୍ଜେଇ ଧରିବା ମହଙ୍ଗା ପଡ଼ିଲା। ପୁଲିସକୁ ଡକାୟତି ଭାବି ନିର୍ଧୂମ ଛେଚିଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ।
ଗତକାଲି ରାତିରେ ମାଲକାନଗିରି ଥାନାର ୩ଜଣ ପୁଲିସ କର୍ମଚାରୀ ଗଞ୍ଜେଇ ଚୋରା ଚାଲାଣ ଧରିବା ପାଇଁ ମାଟିଖାଲ ଗାଁକୁ ଯାଇଥିଲେ। ଗାଁରେ ପହଞ୍ଚି ପୁଲିସ କର୍ମଚାରୀମାନେ ଗ୍ରାମବାସୀଙ୍କ ଘରର କବାଟକୁ ବାଡ଼େଇଥିଲେ ଓ ଘର ଭିତରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ। ଏନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ। ଗ୍ରାମବାସୀମାନେ ଏକତ୍ରିତ ହୋଇ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିଥିଲେ। ପରେ ପୁଲିସ କର୍ମଚାରୀମାନେ ଗାଁଲୋକଙ୍କୁ ଭୟଭୀତ କରିବା ପାଇଁ ୮ରୁ ୧୦ଟି ଫାଙ୍କା ଗୁଳିଚାଳାନା କରିଥିଲା। ଗ୍ରାମବାସୀମାନେ ପୁଲିସର ଫାଙ୍କା ଗୁଳି ଚାଳନାକୁ ନ ଡରି ପ୍ରତିବାଦ କରିଥିଲେ।
ପରେ ପୁଲିସ କର୍ମଚାରୀ ଗାଁରୁ ପଳାଇ ଆସିଥିଲେ। ହେଲେ ଜଣେ ପୁଲିସ କର୍ମଚାରୀ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଚୋର ଭାବି ନିର୍ଧୂମ ଛେଚିଥିଲେ। ପୁଲିସ ନେଇ ଯାଇଥିବା ଦୁଇ ବାଇକ୍କୁ ଜବତ କରିଥିଲେ।
ମାଛକୁଣ୍ଡ ପୁଲିସ ଗାଁରେ ପହଞ୍ଚି ଅଟକ ଥିବା ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରି କୋରାପୁଟ୍ ଏସ୍ପିଙ୍କ ନିକଟରେ ହାଜର କରିଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମାଟିଖାଲ ଗାଁରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ପାଇଁ ମାଲକାନଗିରି ଏସ୍ଡିପିଓ ନିର୍ଦ୍ଦେଶ ଦେଇ ଥିବା ଆହତ ପୁଲିସ କର୍ମଚାରୀ କହିଛନ୍ତି।ଅନ୍ୟପକ୍ଷରେ ପୁଲିସ କର୍ମଚାରୀଙ୍କୁ ଚୋର ଭାବି ମାଡ଼ ମାରିଥିବା ଗ୍ରାମବାସୀ କହିଛନ୍ତି।
The post ମହଙ୍ଗା ପଡ଼ିଲା ରାତି ଅଧିଆ ଚଢ଼ାଉ, ପୁଲିସକୁ ଚୋର ଭାବି ଛେଚିଲେ ଗ୍ରାମବାସୀ appeared first on Odisha Reporter.
from Odisha Reporter https://ift.tt/9spYINW
No comments:
Post a Comment