ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 6, 2022

ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଘୋଷଣା ହେଲା ଏମରଜେନ୍ସି। ସରକାର ବିରୋଧୀ ବିରୋଧର ମୁକାବିଲା ପାଇଁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶୁକ୍ରବାର ଦିନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାଞ୍ଚ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପୁଲିସ ଓ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର କ୍ଷମତା ଦେଇ ସେ ଏହି ଘୋଷଣା କରିଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ପୁଲିସ ଓ ସୁରକ୍ଷାବାହିନୀ ଯେକୌଣସି ବ୍ୟକ୍ତିଙ୍କୁ ବି ନିଜ ଇଚ୍ଛାରେ ଗିରଫ କରିପାରିବା କ୍ଷମତା ମିଳିଯାଏ।

ରାଷ୍ଟ୍ରପତିଙ୍କ ମିଡିଆ ପ୍ରଭାରୀ ଅନୁଯାୟୀ, ଜନସାଧାରଣଙ୍କ ସୁରକ୍ଷା ତଥା ଦେଶର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ଅତ୍ୟାବଶ୍ୟକ ସେବା ବଜାୟ ରଖିବା ରାଜପକ୍ଷ ଙ୍କର ନିଷ୍ପତ୍ତି। ଏହାଦ୍ୱାରା ଦେଶକୁ ସୁଚାରୁ ରୂପେ ଶାସନ କରିହେବ। ଗତ କିଛି ସପ୍ତାହ ଧରି ରାଷ୍ଟ୍ରପତି ଏବଂ ସରକାରଙ୍କ ଇସ୍ତଫା ଦାବି ମଧ୍ୟରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ଶୁକ୍ରବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି।

ଶୁକ୍ରବାର ଶ୍ରୀଲଙ୍କା ବିଧାନସଭା ଭତରୁ ଛାତ୍ରମାନେ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଛି। ବିକ୍ଷୋଭକାରୀଙ୍କ ଉପର ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ପାଣି ମାଡ ମଧ୍ୟ କରିଛି ପୁଲିସ। ଆର୍ଥିକ ସଙ୍କଟର ମୁକାବିଲା କରିବାରେ ବିଫଳ ହୋଇଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ତାଙ୍କ ସରକାରଙ୍କ ଇସ୍ତଫା ଦାବିରେ ଟ୍ରେଡ ୟୁନିଅନମାନେ ଶୁକ୍ରବାର ଦିନ ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ଦେଶରେ ଚାଲିଥିବା ଭୟଙ୍କର ଆର୍ଥିକ ସଙ୍କଟ ଯୋଗୁଁ ସରକାର ବିରୋଧର ସମ୍ମୁଖୀନ ହେଉଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି ଜୋର ଧରିଛି।

୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଜନସଂଖ୍ୟା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏଠାରେ ଗତ କିଛି ମାସ ହେଲା ବ୍ଲାକ୍‌ଆଉଟ୍‌, ଖାଦ୍ୟ, ଇନ୍ଧନ ଏବଂ ଔଷଧର ଘୋର ଅଭାବର ସମ୍ମୁଖିନ ହେଉଛନ୍ତି ଲୋକେ। ଏଭଳି ସଙ୍କଟ ପରିସ୍ଥିତିର ସମାଧାନ କରିବାରେ ବିଫଳ ହୋଇଥିବା ସରକାରଙ୍କୁ ନେଇ ଦେଶବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରୀଲଙ୍କା ସରକାରଙ୍କ ଇସ୍ତଫା ଦାବିରେ ପୂରା ଦେଶ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

The post ଶ୍ରୀଲଙ୍କାରେ ପୁଣି ଜରୁରୀ ପରିସ୍ଥିତି ଘୋଷଣା appeared first on Odisha Reporter.



from Odisha Reporter https://ift.tt/APZmfQe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages