ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି, ସୁପାରିସ କଲେ କଲେଜିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 5, 2022

ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି, ସୁପାରିସ କଲେ କଲେଜିୟମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ପଦନ୍ନୋତି ପାଇଁ ଆଉ ଦୁଇ ଜଣ ବିଚାରପତିଙ୍କ ନାଁ ସୁପାରିସ କରିଛନ୍ତି କଲେଜିୟମ। ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ଜାମଶେଦ ବି ପରଦିୱାଲାଙ୍କୁ ମିଳିବ ପଦୋନ୍ନତି। ଉଭୟଙ୍କୁ ପଦନ୍ନୋତି ଦେବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ କଲେଜିୟମ ସରକାରଙ୍କ ପାଖକୁ ଗୋଟିଏ ପ୍ରସ୍ତାବ ପଠାଇଛନ୍ତି। ସରକାର ମୋହର ମାରିବା କ୍ଷଣି ଉଭୟଙ୍କୁ ପଦନ୍ନୋତି ମିଳିବ।

ଜଷ୍ଟିସ ସୁଧାଂଶୁ ଧୁଲିଆ ୧୯୮୬ ମସିହାରେ ଆହ୍ଲାବାଦ ହାଇକୋର୍ଟ ବାର୍ରେ ଯୋଗଦେଇଥିଲେ। ୨୦୦୦ ମସିହାରେ ଉତ୍ତରାଖଣ୍ଡ ଗଠନ ହେବା ପରେ ସେ ନିଜ ରାଜ୍ୟକୁ ଚାଲି ଯାଇଥିଲେ। ସେ ଉତ୍ତରାଖଣ୍ଡ ହାଇକୋର୍ଟର ପ୍ରଥମ ମୁଖ୍ୟ ଷ୍ଟାଣ୍ଡିଂ କାଉନସିଲ ଓ ପରବର୍ତ୍ତୀ ଅବସ୍ଥାରେ ଉତ୍ତରାଖଣ୍ଡର ଆଡିସନାଲ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୮ ନଭେମ୍ବର ମାସରେ ତାଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ ପଦନ୍ନୋତି ମିଳିଥିଲା। ଏହାପରେ ସେ ଆସାମ, ମିଜୋରାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଭାବେ କାମ କରିଥିଲେ।

ଅନ୍ୟପକ୍ଷରେ ଜଷ୍ଟିସ ଜାମେଶଦ ୧୯୯୦ ମସିହାରେ ଗୁଜରାଟ ହାଇକୋର୍ଟରୁ ନିଜର ଆଇନଗତ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୨ ମସିହାରେ ତାଙ୍କୁ ଗୁଜରାଟ ହାଇକୋର୍ଟର ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ମିଳିଥିଲା। ୨୦୧୧ ଫେବୃଆରୀ ୧୭ ଯାଏ ସେ ଏହି ପଦରେ ରହିଥିଲେ। ଏହାପରେ ହାଇକୋର୍ଟ ବିଚାରପତି ଭାବେ ତାଙ୍କୁ ପଦନ୍ନୋତି ମିଳିଥିଲା।

ଏବେ ଉଭୟଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦନ୍ନୋତି ମିଳିବାକୁ ଯାଉଛି। ବର୍ତ୍ତମାନ ସୁପ୍ରିମକୋର୍ଟରେ ମୋଟ ୩୨ ଜଣ ବିଚାରପତି ରହିଛନ୍ତି। ଆଉ ଦୁଇ ଜଣଙ୍କୁ ପଦନ୍ନୋତି ମିଳିଲେ ଏହା ୩୪ରେ ପହଞ୍ଚିବ। ଅର୍ଥାତ ପୂର୍ଣ୍ଣ କ୍ଷମତାରେ ସୁପ୍ରିମକୋର୍ଟ କାର୍ଯ୍ୟକ୍ଷମ ହେବ। କାରଣ ସୁପ୍ରିମକୋର୍ଟରେ ସର୍ବାଧିକ ୩୪ ଜଣ ବିଚାରପତି ହିଁ ରହିପାରିବେ। ତେବେ ଜଷ୍ଟିସ ବିନୀତ ଶରଣ ଓ ଜଷ୍ଟିସ ନାଗେଶ୍ୱର ରାଓଙ୍କ କାର୍ଯ୍ୟକାଳ ଖୁବଶୀଘ୍ର ସରିବାକୁ ଯାଉଛି। ତେଣୁ ଏମାନେ ଅବସର ନେବା ପରେ ପୁଣି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୩୨କୁ ଖସିଯିବ।

ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣ ବିଚାରପତିଙ୍କୁ ପଦନ୍ନୋତି ପାଇଁ ସୁପାରିସ କରିଥିଲେ। ଏହାକୁ ସରକାର ତୁରନ୍ତ ଅନୁମୋଦନ ଦେଇଥିଲେ।

The post ସୁପ୍ରିମକୋର୍ଟରେ ନିଯୁକ୍ତ ହେବେ ଆଉ ଦୁଇ ବିଚାରପତି, ସୁପାରିସ କଲେ କଲେଜିୟମ appeared first on Odisha Reporter.



from Odisha Reporter https://ift.tt/NJM6Aid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages