୪ ଧାମ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସତର୍କ, ୨ ସପ୍ତାହରେ ଗଲାଣି ୪୧ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 17, 2022

୪ ଧାମ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସତର୍କ, ୨ ସପ୍ତାହରେ ଗଲାଣି ୪୧ ଜୀବନ

ଡେରାଡୁନ: କରୋନା ଯୋଗୁ ପ୍ରାୟ ୨ ବର୍ଷ ଧରି ବନ୍ଦ ରହିଥିବା ୪ ଧାମ ଯାତ୍ରା ଗତ ୩ ତାରିଖରୁ ପୁଣି ଥରେ ଆରମ୍ଭ ହୋଇଛି। ଫଳରେ ଏଥର ୪ ଧାମ ଯାତ୍ରା ନିମନ୍ତେ ପର୍ଯ୍ୟଟକଙ୍କର ଖୁବ ଭିଡ଼ ଦେଖିବାକୁ ମିଳିଛି । ମାତ୍ର ପରିତାପର ବିଷୟ ଏହି ଯାତ୍ରା ଆରମ୍ଭ ହେବାର ମାତ୍ର ୨ ସପ୍ତାହ ମଧ୍ୟରେ ଆଖି ବୁଜି ସାରିଲେଣି ୪୧ ଯାତ୍ରୀ । ଚାରି ଧାମ ଯାତ୍ରା ବେଳେ ଆଖି ବୁଜିଥିବା ଯାତ୍ରୀଙ୍କ ମୃତ୍ୟୁର କାରଣ ଉଚ୍ଚ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼ିବା ସମୟରେ ଉପୁଜୁଥିବା ସମସ୍ୟା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେଣୁ ଏ ସବୁ ସମସ୍ୟା ଥିଲେ ଏହି ଯାତ୍ରାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଚାରି ଧାମ ଯାତ୍ରା ବେଳେ ସବୁଠୁ ଅଧିକ ମୃତ୍ୟୁ କେଦରନାଥ ଯାତ୍ରା ସମୟରେ ହେଉଛି। ଏହି ଯାତ୍ରା ସମୟରେ ୧୫ ଯାତ୍ରୀଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଯମୁନାତ୍ରୀ  ଯାତ୍ରା ବେଳେ ୧୪, ବଦ୍ରିନାଥ ଯାତ୍ରା ବେଳେ ୮, ଗଙ୍ଗୋତ୍ରୀ ଯାତ୍ରା ବେଳେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ତେଣୁ ଯେଉଁମାନଙ୍କର ଏପରି ସ୍ୱାସ୍ଥ୍ୟ ସମସ୍ୟା ଅଛି, ସେମାନେ ପାହାଡ଼ ନ ଚଢ଼ିବାକୁ ପ୍ରଶାସନ ପକ୍ଷରୁ ଉପଦେଶ ଦିଆଯାଉଛି।

ଏନେଇ ଉତ୍ତରାଖଣ୍ଡ ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ଡାକ୍ତର ଶୈଳଜା ଭଟ୍ଟ କହିଛନ୍ତି,  ଋଷିକେଶ ଆଇଏସବିଟିରେ ଥିବା ପଞ୍ଜୀକରଣ କେନ୍ଦ୍ରରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଛି ।  ଏହାବାଦ ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ଯିବା ରାସ୍ତାରେ ଥିବା ଶିବିରରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯାଇଛି । ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଡାକ୍ତର  ଭଟ୍ଟ କହିଛନ୍ତି,  ଯେଉଁ ଯାତ୍ରୀମାନଙ୍କର ଉଚ୍ଚ ରକ୍ତଚାପ, ହୃଦଘାତ ରହିଛି ତଥା ପାହାଡ଼ ଚଢ଼ିବା ସମୟରେ ଅସ୍ୱସ୍ତିକର ଅନୁଭବ କରୁଛନ୍ତି,   ସୁସ୍ଥ ହେବା ପରେ ଯାତ୍ରା କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି।

ସରକାରୀ ସୂଚନା ମୁତାବକ, ଭକ୍ତଙ୍କ ପାଇଁ ବଦ୍ରିନାଥ ଦର୍ଶନ ଉନ୍ମୁକ୍ତ ହେବା ପରଠୁ ଗତ ୮ ତାରିଖରୁ ୧୬ ତାରିଖ ମଧ୍ୟରେ ୧୨,୬୪୬୩ ଯାତ୍ରୀ ଦର୍ଶନ କରି ସାରିଛନ୍ତି। ସେହିପରି ଗତ  ୬ ତାରିଖରୁ ୧୬ ତାରିଖ ମଧ୍ୟରେ ୨୧, ୩୬୪୦ ଯାତ୍ରୀ କେଦାରନାଥ ଦର୍ଶନ କରି ସାରିଲେଣି।

୪ ଧାମ ଯାତ୍ରା ଆରମ୍ଭ ହେବା ପରଠୁ କେଦାରନାଥ ଓ ବଦ୍ରିନାଥ ଦର୍ଶନ ନିମନ୍ତେ କିଲୋମିଟର ବ୍ୟାପି ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗି ରହୁଛି। ଗତ ସୋମବାର ମୂଷଳ ଧାରା ବର୍ଷା ଯୋଗୁ ଭୁସ୍ଖଳନ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁ ଯାତ୍ରୀମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକି ରହିବାକୁ ପଡ଼ିଥିଲା। ଏହାପରେ ମଙ୍ଗଳବାର ସକାଳୁ ପୁଣି ଥରେ ଏହି ଯାତ୍ରା ଆରମ୍ଭ ହୋଇଛି।

ଅତ୍ୟଧିକ ଭିଡ଼କୁ ଦେଖି ଚାରି ଧାମ ଯାତ୍ରା ସମୟରେ ଏବେ ଯାତ୍ରୀଙ୍କ ସଂଖ୍ୟାକୁ ନିୟନ୍ତ୍ରୀତ କରାଯାଇଛି। ଏବେ ଦୈନିକ ୧୬ ହଜାର ଶ୍ରଦ୍ଧାଳୁ ବଦ୍ରିନାଥ , ୧୩ ହଜାର ଶ୍ରଦ୍ଧାଳୁ କେଦାରନାଥ, ୮ ହଜାର ଶ୍ରଦ୍ଧାଳୁ ଗଙ୍ଗୋତ୍ରୀ ଓ ୫ ହଜାର ଶ୍ରଦ୍ଧାଳୁ ଯମୁନାତ୍ରୀ ଦର୍ଶନ କରିପାରିବେ।

ସୂଚନାଥାଉକି, ଗତ ୩  ତାରିଖରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଦ୍ୱାରା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ପୋର୍ଟଲର ଉଦ୍‌ଘାଟନ ହୋଇଥିବା ବେଳେ ମେ ୬ରେ କେଦାରନାଥ ଓ ମେ ୮ରେ ବଦ୍ରୀନାଥଙ୍କ ଦ୍ୱାର ଖୋଲିଥିଲା।  ଏହା ପରଠୁ  ୪ ଧାମ ଯାତ୍ରା ନିମନ୍ତେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି।

The post ୪ ଧାମ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସତର୍କ, ୨ ସପ୍ତାହରେ ଗଲାଣି ୪୧ ଜୀବନ appeared first on Odisha Reporter.



from Odisha Reporter https://ift.tt/aQ8OeUS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages