ଚେନ୍ନାଇ: କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀ ଏସ ଭାସ୍କର ରମଣଙ୍କୁ ଗିରଫ କରିଛି ସିବିଆଇ। ଭିସା ଦୁର୍ନୀତି ମାମଲାରେ ଗତକାଲି ଏସ ଭାସ୍କର ରମଣଙ୍କୁ ଜେରା କରିଥିଲା ସିବିଆଇ। ଏହା ପରେ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗତକାଲିକଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଘରେ ସିବିଆଇ ରେଡ୍ କରିଥିଲା।
ତାଙ୍କ ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇ ଥିଲା। ଦିଲ୍ଲୀ, ତାମିଲନାଡୁ ଓ ମୁମ୍ବାଇ ସମେତ ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି। ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ବିଦେଶୀ କମ୍ପାନୀକୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ରେଡ୍ ହୋଇଥିବା ସୂଚନା ମିଳିଛି। ୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
ସେହି ଅଭିଯୋଗ ଆଧାରରେ ଚଢ଼ଉ କରାଯାଉଥିବା ସୂଚନା ମିଳିଛି। ସେପଟେ ଚଢ଼ଉ ପରେ ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଥିଲେ କାର୍ତ୍ତି ଚିଦାମ୍ବରମ୍। ଆଉ କେତେଥର ହେବ। ସେ ଗଣିବା ଛାଡ଼ିଦେଲେଣି ବୋଲି କାର୍ତ୍ତି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
ସିବିଆଇ ରେଡ୍ ଚାଲିଥିବା ବେଳେ କାର୍ତ୍ତି ଲଣ୍ଡନରେ ଥିବା ଜଣାଯାଇଛି। ଏହାପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ଚିଦାମ୍ବରମ ବାପ ପୁଅ। କାର୍ତ୍ତି ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କାର୍ତ୍ତି । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍ରେ ରହିବା ପରେ ଶେଷରେ ମୁକୁଳିଥିଲେ ।
The post କାର୍ତ୍ତି ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ସିବିଆଇ appeared first on Odisha Reporter.
from Odisha Reporter https://ift.tt/bjBpMf8
No comments:
Post a Comment