ଖାଦ୍ୟ ଖାଇବାକୁ ନେଇ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ପ୍ଲେଟ ଟଣା-ଓଟରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 17, 2022

ଖାଦ୍ୟ ଖାଇବାକୁ ନେଇ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ପ୍ଲେଟ ଟଣା-ଓଟରା

ଚଣ୍ଡିଗଡ଼: ଖାଦ୍ୟ ଖାଇବାକୁ ନେଇ ଟଣାଓଟରା। କିଏ ଆଗେ ପ୍ଲେଟନେବ ତାକୁ ନେଇ ପରସ୍ପର ମଧ୍ୟରେ ହୋଇଥିଲା ଛଡ଼ାଛଡ଼ି ପରିସ୍ଥିତି। ଏକ କାର୍ଯ୍ୟକ୍ରମ ପରେ ହୋଇଥିବା ଲଞ୍ଚ ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ହୋଇଥିବା ପ୍ଲେଟ ଟଣାଓଟରାକୁ ନେଇ ଭିଡିଓ ଭାଇରାଲ ହୋଇଛି।  ଏହି ଘଟଣାରେ ପଞ୍ଜାବର ୭ ଜଶ ପ୍ରିନ୍ସପାଲ ଏବଂ ହେଡ ମାଷ୍ଟରଙ୍କୁ ସମନ କରାଯାଇଛି। ସେମାନଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ  ଭଗୱନ୍ତ ମାନ୍‌ ଶିକ୍ଷା ସଂସ୍କାରକୁ ନେଇ  ସ୍କୁଲ ଶିକ୍ଷକ ଓ ପ୍ରିନ୍ସପାଲମାନଙ୍କ ବୈଠକ ଡାକିଥିଲେ। ଏଥିରେ ରାଜ୍ୟାର ବହୁ ଶିକ୍ଷକ ଓ ପ୍ରିନ୍ସପାଲ ଯୋଗ ଦେଇଥିଲେ।

ଏହା ପରେ ଲଞ୍ଚର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ମଧ୍ୟରେ ଖାଦ୍ୟ ପ୍ଲେଟକୁ ନେଇ ଟଣାଟଓରା ହୋଇଥିଲା। କିଏ ଆଗେ ନେବ ସେନେଇ ମଧ୍ୟ ପ୍ଲେଟ ଛଡ଼ାଛଡ଼ି  ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସ୍କୁଲ ନିର୍ଦ୍ଦେଶକ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନୋଟିସ୍ କରିଥିଲେ। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ  ୭ ଜଣ ସ୍କୁଲ ଶିକ୍ଷକ ଓ ପ୍ରିନ୍ସପାଲଙ୍କୁ   ନୋଟିସ କରଇଚନ୍ତି। ଏଥିରେ ସମ୍ପୃକ୍ତ ଶିକ୍ଷକ ଓ ପ୍ରିନ୍ସପାଲଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି।  ନିକଟରେ ଶିକ୍ଷା ସଂସ୍କାର ନେଇ ପ୍ରସ୍ତାବ ସେୟାର କରିବାକୁ ଅନଲାଇନ୍ ପୋର୍ଟାଲ ପଞ୍ଜାବ ସରକାର।

The post ଖାଦ୍ୟ ଖାଇବାକୁ ନେଇ ସ୍କୁଲ ଶିକ୍ଷକଙ୍କ ମଧ୍ୟରେ ପ୍ଲେଟ ଟଣା-ଓଟରା appeared first on Odisha Reporter.



from Odisha Reporter https://ift.tt/HLmAekx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages