ଆଜି ପବିତ୍ର ଇଦ୍ ଉଲ୍ ଫିତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 2, 2022

ଆଜି ପବିତ୍ର ଇଦ୍ ଉଲ୍ ଫିତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଇଦ୍। ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ। ମାସକର ରମଜାନ୍ ପାଳନ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ।

ଇଦ୍ ପାଇଁ କଟକ ସହର ସଂପୂର୍ଣ୍ଣ ପ୍ରସ୍ତୁତ। ସହରର ବିଭିନ୍ନ ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି। କଦମ-ଏ-ରସୁଲ ଠାରୁ ନେଇ ଇଦଗାହ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପ୍ରସ୍ତୁତି ସରିଛି।

ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍‌।  ଇଦ୍ ଉଲ୍ ଫିତର ପାଇଁ କଟକ ସହରରେ ସୁରକ୍ଷା ଦୃଷ୍ଟିରୁ ୪ଟି ଏଡ଼ ପୋଷ୍ଟ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ  ୧୨ ପ୍ଲାଟୁନ ପୁଲିସ ଫୋର୍ସ ସହରରେ ମୃତୟନ ହୋଇଛନ୍ତି।

ସେହିପରି ଦିଲ୍ଲୀର ଜାମା ମସଜିଦ୍‌ରେ ଆଜି ସକାଳେ ସମୁହ ନମାଜ ପାଠ ହୋଇଛି। ଦିଲ୍ଲୀ ସମେତ ଲକ୍ଷ୍ମୌ, ଭୋପାଳ, ମୁମ୍ବାଇ ସହ ଦକ୍ଷିଣ ଭାରତର ଅନେକ ସହରରେ ପାଳନ ହେଉଛି ଇଦ୍। କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।

The post ଆଜି ପବିତ୍ର ଇଦ୍ ଉଲ୍ ଫିତର appeared first on Odisha Reporter.



from Odisha Reporter https://ift.tt/wgFd9Wx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages