ଆଖି ବୁଜିଲା ପୋଷା ହାତୀ ନନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 16, 2022

ଆଖି ବୁଜିଲା ପୋଷା ହାତୀ ନନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ଘଟିଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲା। ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡ଼ି ଯାଇଥିଲା। ଓୟୁଏଟି ଡାକ୍ତରମାନେ ତାର ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାର ମୃତ୍ୟୁ ଘଟିଥିଲା।

ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା। ନନ୍ଦ ଏକ ତାଲିମ ପ୍ରାପ୍ତ କୁମକି ହାତୀ ଥିଲା। ନନ୍ଦ ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ମୁଖ୍ୟ ଭୂମିକା ନେଇଥିଲା ନନ୍ଦନକାନନରେ ଥିବା ବାସନ୍ତୀ ହାତୀ ପାଖରୁ ଜନ୍ମ ନେଇଥଲା ନନ୍ଦ।

ତେବେ ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ଚର୍ଚ୍ଚାକୁ ଆରସିଥିଲା ନନ୍ଦ। ସେହି ଦିନଠୁ ତା’ ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା। ଏହାପରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ବେଡ଼ି ମୁକ୍ତ କରାଯାଇଥିଲା।

 

 

The post ଆଖି ବୁଜିଲା ପୋଷା ହାତୀ ନନ୍ଦ appeared first on Odisha Reporter.



from Odisha Reporter https://ift.tt/UMynQx7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages