ପ୍ରସାଦ ପାଇବାକୁ ଧାଁଦୌଡ଼ କଲେ ଶ୍ରଦ୍ଧାଳୁ, ୧୭ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 16, 2022

ପ୍ରସାଦ ପାଇବାକୁ ଧାଁଦୌଡ଼ କଲେ ଶ୍ରଦ୍ଧାଳୁ, ୧୭ ଆହତ

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାସ୍ଥିତ ବିଣାଠାରେ ଆୟୋଜିତ  ରାମକଥା କାର୍ଯ୍ୟକ୍ରମ ଅବସରରେ ରବିବାର ଅପରାହ୍ନରେ ଘଟିଯାଇଛି ଅଘଟଣ । ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନଡ଼ିଆ ବଣ୍ଟା ଯାଉଥିବା ବେଳେ ହଠାତ୍‌ ଧାଁଦୌଡ଼ ହୋଇ ୧୭ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ବିଣାଠାରେ ପ୍ରାୟ ସପ୍ତାହେ ହେଲା ରାମ କଥା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଦୈନିକ ୨୫ ହଜାରରୁ ୩୦ ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହୁଥିଲେ। ଗତକାଲି ମଧ୍ୟ ୨୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ଏହି ସମୟରେ ପ୍ରସାଦ ହିସାବରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନଡ଼ିଆ ବଣ୍ଟନ କରାଯାଉଥିଲା। ଏହାକୁ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଗଲା। ଧାଁ ଦୌଡ଼ ବେଳେ ପେଣ୍ଡାଲରେ ଲାଗିଥିବା ରେଲିଂ ବହୁ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଥିଲା। ଫଲରେ ସେମାନେ ତଳେ ପଡ଼ିଯିବାରୁ ସେମାନଙ୍କ ଉପରେ ଚଢ଼ି ଅନ୍ୟମାନେ ପଳାଇ ଯାଇଥିଲେ।

ଏହି ଅଘଟଣରେ ୧୭ ଜଣ ଆହତ  ହୋଇଥିବା ବିଣାର ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ କହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ୧୪ ଜଣଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ୩ ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି। ଆଜି କଥା କାର୍ଯ୍ୟକ୍ରମର ଶେଷ ଦିନ ଥିବା ବେଳେ ଏହାକୁ ଅଧିକ ଶୃଙ୍ଖଳିତ କରିବାକୁ ଅଧିକ ସଂଖ୍ୟକ ପୁଲିସ୍‌ ମୁତୟନ କରାଯାଇଥିବା ଏସ୍‌ପି କହିଛନ୍ତି।

The post ପ୍ରସାଦ ପାଇବାକୁ ଧାଁଦୌଡ଼ କଲେ ଶ୍ରଦ୍ଧାଳୁ, ୧୭ ଆହତ appeared first on Odisha Reporter.



from Odisha Reporter https://ift.tt/zAdw7pO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages