ଆଫଗାନିସ୍ତାନର ଲୋକଙ୍କ ସହ ଭାରତ ସବୁବେଳେ ଅଛି: ଡୋଭାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 27, 2022

ଆଫଗାନିସ୍ତାନର ଲୋକଙ୍କ ସହ ଭାରତ ସବୁବେଳେ ଅଛି: ଡୋଭାଲ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଅଂଶିଦାର ଥିଲା ଓ ଆଗକୁ ମଧ୍ୟ ରହିବ। ଆଫଗାନିସ୍ତାନର ଲୋକଙ୍କ ସହ ଭାରତର ସ୍ୱତନ୍ତ୍ର ସମ୍ପର୍କ ରହିଛି। ଆଫଗାନିସ୍ତାନର ଲୋକଙ୍କ ପାଇଁ ସବୁବେଳେ ଭାରତ ରହିଛି ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଆଫଗାନିସ୍ତାନ ପ୍ରସଙ୍ଗରେ ତାଜିକିସ୍ତାନରେ ଆୟୋଜିତ ୪ର୍ଥ ଆଞ୍ଚଳିକ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଡୋଭାଲ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଯେକୌଣସି ପରିସ୍ଥିତିରେ ଆଫଗାନିସ୍ତାନ ପ୍ରତି ଭାରତର ଆଭିମୁଖ୍ୟ କେବେ ବି ବଦଳିବ ନାହିଁ। ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗର ହାତ ବଢ଼ାଇଛି। ଭାରତ ସରକାର ୫୦ ହଜାର ମେଟ୍ରିକ ଟନ୍‌ର ଗହମ ଆଫଗାନକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଦେଇ ଭାରତ ୧୭ ହଜାର ମେଟ୍ରିକ ଟନ ଗହମ କାବୁଲ ପଠାଇଛି।

ଏହାବାଦ ୫ ଲକ୍ଷ ଡୋଜ କୋଭାକ୍ସିନ, ୧୩ ଟନ୍‌ର ଜୀବନ ରକ୍ଷାକାରୀ ଔଷଧ, ଶୀତରୁ ସୁରକ୍ଷା ପାଇଁ ଆବଶ୍ୟକ କପଡ଼ା ଓ ୬୦ ମିଲିୟନ ଡୋଜ୍‌ର ପୋଲିଓ ଟିକା ଆଫଗାନିସ୍ତାନକୁ ପଠା ଯାଇଛି। ମାନବାଧିକାରର ସୁରକ୍ଷା ସହ ଜୀବନ ଧାରଣର ଅଧିକାରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ଆଫଗାନ ସହ ଭାରତର ଐତିହାସିକ ଓ ସଭ୍ୟତାର ସମ୍ପର୍କ ରହିଛି। ଭାରତ ସବୁବେଳେ ଆଫଗାନର ଲୋକଙ୍କ ସହ ଛିଡ଼ା ହୋଇଛି। ଆଗକୁ ମଧ୍ୟ ଭାରତ ଏପରି ଆଭିମୁଖ୍ୟ ନେଇ କାମ କରିବ ବୋଲି ସେ କହିଛନ୍ତି।

ଆଫଗାନ ସ୍ଥିତିକୁ ନେଇ ରୁଷର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାତ୍ରୁଶେଭ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ରୀୟ ଏସିଆରେ ଶରଣାର୍ଥୀ ଓ ଆତଙ୍କବାଦ ଭଳି ସମସ୍ୟା ସୃଷ୍ଟି କରିପାରେ ବୋଲି କହିଥିଲେ। ଏହା ଉପରେ ମତ ରଖି ଡୋଭାଲ ବୈଠକରେ ଉପସ୍ଥିତି ଥିବା ତାଜିକିସ୍ତାନ, ରୁଷ, ଚାଇନା, ଉଜବେକିସ୍ତାନ, କାଜାଖସ୍ତାନ, ଇରାନ ଓ କିର୍ଗିସ୍ତାନ ମିଳିତ ଭାବେ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବାକୁ କହିଛନ୍ତି। ଆଫଗାନିସ୍ତାନ ମାଟିକୁ ବ୍ୟବହାର କରି ଆଞ୍ଚଳିକ ସୁରକ୍ଷା ଓ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା ସଂଗଠନ ଗୁଡ଼ିକ ବିରୋଧ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

The post ଆଫଗାନିସ୍ତାନର ଲୋକଙ୍କ ସହ ଭାରତ ସବୁବେଳେ ଅଛି: ଡୋଭାଲ appeared first on Odisha Reporter.



from Odisha Reporter https://ift.tt/ZvHRzhx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages