୨୯ ମେ’, ରବିବାର: ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 28, 2022

୨୯ ମେ’, ରବିବାର: ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ

ମେଷ: ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର ଆଦି କ୍ଷେତ୍ରରେ ଆଗ୍ରହ ବଢ଼ିବ। ରାସ୍ତାଘାଟରେ ଅତ୍ୟନ୍ତ ସତର୍କତାର ସହ ଯାତାୟାତ କରିବା ଉଚିତ୍।

ବୃଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ପରିବାର ଲୋକଙ୍କ ସହ ହସଖୁସିରେ ଦିନଟି କଟିବ।

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ମାନସିକ ଅଶାନ୍ତି ଦେଖାଦେବ। ବିରାଟ ଯୋଜନାର ସଂକଳ୍ପ ନେବା ଫଳରେ ସମାଜରେ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ।

କର୍କଟ: ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବା ସହ ନୂଆ ଚାକିରିର ସୁଯୋଗ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ସଂପର୍କ ଭଲ ରହିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।

ସିଂହ: ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ଲାଗି ରହିଥିବା ପାରିବାରିକ ସମସ୍ୟା ଦୂର ହେବ। ଆୟ ବଢ଼ିବ।

କନ୍ୟା: ସଂଗଠନ, ଅନୁସନ୍ଧାନ ଓ ପ୍ରକାଶନ କାର୍ଯ୍ୟରେ ଉତ୍ତମ ଫଳ ପ୍ରାପ୍ତି ହେବ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ତୁଳା: ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ପରୀକ୍ଷାରେ ସଫଳତା ମିଳିବ।

ବିଛା: ଶତ୍ରୁମାନେ ପରାଜିତ ହେବେ। ଯେଉଁ କାମରେ ହାତଦେବେ ସେଥିରେ ସଫଳ ହେବେ। ଅଟକି ଥିବା ଟଙ୍କା ମିଳିଯିବ।

ଧନୁ: ସହକର୍ମୀମାନଙ୍କ ସହଯୋଗ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ରାଜନୀତିରେ ଥିବା ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ମକର: ସନ୍ତାନମାନେ ସବୁ କ୍ଷେତ୍ରରେ ଉନ୍ନତି କରିବା ଫଳରେ ଖୁସି ହେବେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ।

କୁମ୍ଭ: ଆୟର ନୂତନପନ୍ଥା ଖୋଜିବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ। କେତେକ ଦୀର୍ଘ ମିଆଦି ଯୋଜନା ସଫଳ ହେବା କାରଣରୁ ମନ ଭଲ ରହିବ।

ମୀନ: ଶୁଭ ଖବର ପାଇବେ। ଆତ୍ମବିଶ୍ୱାସ ବଢ଼ିବ। ପାରିବାରିକ ଜୀବନ ଉତ୍ତମ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

The post ୨୯ ମେ’, ରବିବାର: ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ appeared first on Odisha Reporter.



from Odisha Reporter https://ift.tt/uNLhRgT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages