ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 28, 2022

ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ ଟ୍ରଫି ଟକ୍କର। ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ଚଳିତ ସିଜନ୍‌ର ଦୁଇ ହେଭିୱେଟ୍ ଟିମ୍। ପ୍ରଥମ ଆଇପିଏଲ୍ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ। ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଖେଳାଯିବ ଏହି ମହା ମୁକାବିଲା। ଆଜି ରାତି ୮ଟାରେ ଏହି ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଥର ଆଇପିଏଲ୍‌-୧୫ ମହା ମୁକାବିଲାରେ ଇତିହାସ ସୃଷ୍ଟି ହେବ ନା ପୁଣି ଇତିହାସ ଦୋହରିବା ତାହା ଦେଖିବାକୁ ବାକି ରହିଲା।

ଏଥର ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଗୁଜରାଟ। ପ୍ରଥମରୁ ହିଁ ଆଟାକିଂ ଥିବା ସହ ଗୁଜରାଟ ପାଖରେ ମିଡିଲ୍ ଅଡର ବେଶ୍ ଶକ୍ତିଶାଳୀ ରହିଛି। ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ୱାଲିଫାୟରକୁ ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଥିଲା।

ସେହିପରି ରାଜସ୍ଥାନ ରୟାଲ୍ସର ସବୁଠୁ ସଫଳ ବ୍ୟାଟ୍ସ ମ୍ୟାନ୍ ଜୋସ୍ ବଟଲରଙ୍କ ଉପରେ ଏହି ମ୍ୟାଚ୍‌ରେ ବିଶେଷ ନଜର ରହିବ। ରାଜସ୍ଥାନ ଦ୍ୱିତୀୟ କ୍ୱାଲିଫାୟରରେ ଏଲିମିନେଟର ମ୍ୟାଚ୍‌ର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଅତିସହଜରେ ୭ ୱିକେଟ୍‌ରେ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଛି।

The post ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା appeared first on Odisha Reporter.



from Odisha Reporter https://ift.tt/cYpfxFL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages