୧୪ ବର୍ଷ ପରେ ଫାଇନାଲରେ ରାଜସ୍ଥାନ, ଟ୍ରଫି ପାଇଁ ଗୁଜରାଟ ସହ ଲଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 27, 2022

୧୪ ବର୍ଷ ପରେ ଫାଇନାଲରେ ରାଜସ୍ଥାନ, ଟ୍ରଫି ପାଇଁ ଗୁଜରାଟ ସହ ଲଢ଼ିବ

ଅହମଦାବାଦ: ଦୀର୍ଘ ୧୪ ବର୍ଷର ଧରି ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଛି ରାଜସ୍ଥାନ ରୟାଲ୍ସ। ୨୦୦୮ ପରେ ପ୍ରଥମଥର ପାଇଁ ରାଜସ୍ଥାନ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି। ୨୦୦୮ରେ ଦଳ ଶେନ ୱାର୍ଣ୍ଣଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିବା ସହ ଟ୍ରଫି ଜିତିଥିଲା। ଏବେ ଶେନ ୱାର୍ଣ୍ଣ ଆଉ ଏ ଦୁନିଆରେ ନାହାନ୍ତି। କିନ୍ତୁ ରାଜସ୍ଥାନ ଚଳିତ ବର୍ଷ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ପ୍ରଥମ କ୍ୱାଲିଫାୟର ହାରିଥିବା ରାଜସ୍ଥାନ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି। ଜୋଶ ବଟଲରଙ୍କ ଅପରାଜିତ ୧୦୬ ରନ ବଳରେ ରାଜସ୍ଥାନ ପ୍ରତିପକ୍ଷ ଆରସିବିକୁ ୭ ୱିକେଟରେ ହରାଇ ଫାଇନାଲ ଟିକେଟ ହାସଲ କରିଛି।

ଆସନ୍ତାକାଲି ଦଳ ଟ୍ରଫି ପାଇଁ ଗୁଜରାଟ ଟାଇଟନ୍ସ ସହ ଲଢ଼େଇ କରିବ। ଏହି ମ୍ୟାଚ୍‌ଟି ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାତି ୮ଟାରେ ଆରମ୍ଭ ହେବ। ଏହାପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଏଆର ରହମନ ଓ ରଣବୀର ସିଂହ ଯୋଗଦେବେ। ସନ୍ଧ୍ୟା ୬.୨୫ରୁ ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହେବ।

ପ୍ରଥମ କ୍ୱାଲିଫାୟରରେ ଗୁଜରାଟ ସଞ୍ଜୁ ସାମସନଙ୍କ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଏବେ ଘରୋଇ ଦର୍ଶକଙ୍କ ଗ୍ରହଣରେ ଗୁଜରାଟ ଫାଇନାଲ ମ୍ୟାଚ୍‌ ଖେଳିବ। ଚଳିତ ବର୍ଷ ହିଁ ଗୁଜରାଟ ଟାଇଟନ୍ସ ଆଇପିଏଲରେ ଭାଗ ନେଇଥିଲା ଓ ପଦାର୍ପଣରେ ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ଶୁକ୍ରବାର ମ୍ୟାଚ୍‌କୁ ବିଚାରକୁ ନେଲେ ବଟଲରଙ୍କ ଶତକ ବ୍ୟତୀତ ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଦ ମ୍ୟାକୟ ରାଜସ୍ଥାନ ପାଇଁ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଆରସିବି ପାଇଁ ଗତ ମ୍ୟାଚ୍‌ର ହିରୋ ରଜତ ପାଟିଦାର ୫୮ ରନ୍‌ର ଇନିଂସ୍‌ ଖେଳିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ ହରାଇ ମାତ୍ର ୧୫୭ ରନ୍‌ କରିଥିଲା।

ବିରାଟ କୋହଲି ଗତକାଲି ମ୍ୟାଚ୍‌ରେ ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ଅଧିନାୟକ ଫାଫ ଡୁପ୍ଲେସିସ ମଧ୍ୟ ବଡ଼ ସ୍କୋର କରି ପାରି ନଥିଲେ। ମ୍ୟାକ୍ସୱେଲ ୧୩ ବଲରେ ୨୪ ଓ ଦୀନେଶ କାର୍ତ୍ତିକ କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ। ଶେଷର ଦଳ ଫାଇନାଲ ଟିକେଟ ହାସଲ କରିବାକୁ ରାଜସ୍ଥାନ ଆଗରେ ୧୫୮ ରନ୍‌ର ଟାର୍ଗେଟ ରଖିଥିଲା। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ ଓ ମ୍ୟାକୟ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଓ ରବି ଅଶ୍ୱିନ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

୧୫୮ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ରାଜସ୍ଥାନ ବିସ୍ଫୋରକ ଆରମ୍ଭ କରିଥିଲା। ପ୍ରଥମ ଓଭର୍‌ରେ ହିଁ ଯଶସ୍ୱୀ ଜୈସୱାଲ(୨୧) ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଠାରୁ ୧୬ ରନ୍‌ର ଆଦାୟ କରିଥିଲେ। ଏହାପରେ ବଟଲର ନିଜର ଜଲୱା ଦେଖାଇ ପାୱାର ପ୍ଲେରେ ୬୭ ରନ୍‌ର ଯୋଡ଼ିଥିଲେ। ପ୍ରଥମ ୬ ଓଭର୍‌ରେ ଦଳ କେବଳ ଗୋଟିଏ ୱିକେଟ ହରାଇଥିଲା। ସଞ୍ଜୁ ସାମସନ(୨୩) କିଛି ସମୟ ବଟଲରଙ୍କୁ ସାଥ ଦେଇଥିଲେ। ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୧୩ରେ ପହଞ୍ଚି ସାରିଥିଲା।

ଦେବଦତ୍ତ ପାଡିକ୍କଲ(୯) ବେଶୀ କିଛି କରି ପାରି ନଥିଲେ। କିନ୍ତୁ ବଟଲର ଏକାକୀ ଲଢ଼େଇ କରି ୧୧ ବଲ ପୂର୍ବରୁ ରାଜସ୍ଥାନକୁ ଫାଇନାଲ ଟିକେଟ ଦେଇଥିଲେ। ଏଥିସହ ସେ ଚଳିତ ଆଇପିଏଲରେ ନିଜର ୪ର୍ଥ ଶତକ ମଧ୍ୟ ହାସଲ କରିଛନ୍ତି। ଦଳକୁ ଜିତିବା ପାଇଁ ୩ ରନ ଦରକାର ଥିବା ବେଳେ ବଟଲର ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ।

୬୦ ବଲ୍‌ରେ ଅପରାଜିତ ୧୦୬ ରନ୍‌ର ଇନିଂସ ଖେଳିଥିବା ବଟଲର ୧୦ଟି ଚୌକା ଓ ୬ଟି ଛକା ମାରିଛନ୍ତି। ଏହି ବିସ୍ଫୋରକ ଇନିଂସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। ତାଙ୍କ ସହ ମ୍ୟାଚ୍‌ ଶେଷ ବେଳରକୁ ଶିମରନ ହେଟମେୟର ୩ ବଲରେ ୨ ରନ୍‌ କରି ଅପରାଜିତ ଥିଲେ।

ଆରସିବି ପକ୍ଷରୁ ଜୋଶ ହେଜେଲଉଡ ୨ଟି ୱିକେଟ ନେଇଥିବା ବେଳେ ୱାନିନ୍ଦୁ ହସରଙ୍ଗା ଡି’ସିଲଭା ଗୋଟିଏ ସଫଳତା ପାଇଛନ୍ତି।

The post ୧୪ ବର୍ଷ ପରେ ଫାଇନାଲରେ ରାଜସ୍ଥାନ, ଟ୍ରଫି ପାଇଁ ଗୁଜରାଟ ସହ ଲଢ଼ିବ appeared first on Odisha Reporter.



from Odisha Reporter https://ift.tt/WfXjzdO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages