ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅଧିକ ସ୍ପଷ୍ଟ ହେବ।
ଘୂର୍ଣ୍ଣିବଳୟର ପ୍ରଭାବ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ତୀବ୍ରତା ଓ କେଉଁ ଆଡ଼କୁ ଯିବ ଆକଳନ କରାଯାଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଆକଳନ କରାଯାଇପାରିବ। ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ବର୍ତ୍ତମାନ ତାତିର କୌଣସି ସମ୍ପର୍କ ନାହିଁ।
ସେ ଆହୁରି କହିଛନ୍ତି, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ରାଜ୍ୟରେ ହିଟ୍ୱେଭ୍ ନେଇ କୌଣସି ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।
— Meteorological Centre, Bhubaneswar (@mcbbsr) May 4, 2022
A #CyclonicCirculation has formed over South Andaman Sea & neighbourhood and extends upto mid tropospheric levels. Under its influence, a #LowPressureArea is likely to form over the same region around #6th May. It is likely become more #marked during subsequent #24hours.
— Meteorological Centre, Bhubaneswar (@mcbbsr) May 4, 2022
The post ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ appeared first on Odisha Reporter.
from Odisha Reporter https://ift.tt/NR8TyAq
No comments:
Post a Comment