୨୮ ବର୍ଷ ପରେ ନିଜ ଘରେ ପାଦ ପକାଇଲେ ଯୋଗୀ, ମା’ ଖୁସି କହିଲେ ନସରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 3, 2022

୨୮ ବର୍ଷ ପରେ ନିଜ ଘରେ ପାଦ ପକାଇଲେ ଯୋଗୀ, ମା’ ଖୁସି କହିଲେ ନସରେ

ଡେରାଡୁନ: ସନ୍ୟାସୀ ଜୀବନ କାଟିବାର ଦୀର୍ଘ ୨୮ ବର୍ଷ ପରେ ନିଜ ପୈତୃକ ଘରେ ପାଦ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦୀର୍ଘ ଦିନ ପରେ ପୁଅକୁ ପାଖରେ ପାଇ  ମା’ ଆଖିରୁ ଝରିପଡ଼ିଲା ଖୁସିର ଲୁହ । ମା’ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ, ମନ ଖୋଲି କଥା ହେଲେ ଯୋଗୀ। ଏଥିସହ ନିଜ ଘରେ ରାତି ଯାପନ ମଧ୍ୟ କଲେ। ସନ୍ୟାସୀ ଜୀବନରେ ପାଦ ଦେବା ପରେ ପ୍ରଥମ ଥର ପାଇଁ ଯୋଗୀ ନିଜ ଘରେ ପାଦ ଦେଇଥିବାରୁ ମା’ର ଖୁସି ବନ୍ଧବାଡ଼ ମାନୁ ନ ଥିଲା।

ଯୋଗୀ ଆଦିତ୍ୟନାଥ ୫ ବର୍ଷ ପରେ ନିଜ ପୈତୃକ ଗାଁରେ ପହଞ୍ଚିଥିବା ବେଳେ  ୨୮ ବର୍ଷ ପରେ ନିଜ ଘରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ଉତ୍ତରାଖଣ୍ଡ ନିର୍ବାଚନ ସମୟରେ  ପ୍ରଚାର ନିମନ୍ତେ ସେ ନିଜ ଗାଁକୁ ଯାଇଥିଲେ, ହେଲେ ଘରକୁ ଯାଇ ନ ଥିଲେ। କରୋନା ସମୟରେ ଯୋଗୀଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ। ଗତକାଲି ନିଜ ଘରେ ରାତି କାଟିବା ପରେ ଯୋଗୀ ଆଜି ନିଜ ଭାଇଙ୍କ ପୁଅଙ୍କ ମୁଣ୍ଡନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ସେ ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ ବୋଲି ଜଣାଯାଇଛି।

ନିଜ ଗୁରୁଙ୍କୁ ସମ୍ମାନିତ କରୁଛନ୍ତି ଯୋଗୀ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାରଠୁ ୩ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି। ପ୍ରଥମ ଦିନ ସେ ଗାଡୱାଲ ଜିଲ୍ଲାର ଯମକେଶ୍ୱରସ୍ଥିତ ଗୁରୁ ଗୋରଖନାଥ ମହାବିଦ୍ୟାଳୟରେ ମହନ୍ତ ଅବୈଧନାଥଙ୍କ ମୂର୍ତ୍ତି ଅନାବରଣ କରିଥିବା ବେଳେ  ତାଙ୍କୁ ମନେ ପକାଇ ସଭାରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ନିଜ ସ୍କୁଲ ଦିନର ସ୍ମୃତିକୁ ତାଜା କରିଥିଲେ ଯୋଗୀ ।

ଯୋଗୀ ପୌଡ଼ି ଥାନା ଅଧୀନ ପଞ୍ଚୁର ଗାଁରେ ଜନ୍ମିତ ହୋଇଥିବା ବେଳେ ଚମୋଟଖାଲସ୍ଥିତ ଏକ ସ୍କୁଲରେ ପ୍ରଥମରୁ ନବମ ପର୍ଯ୍ୟନ୍ତ ପଢ଼ିଥିଲେ। ଏହି ସମୟରେ ସେ ନିଜ ସ୍କୁଲ ଶିକ୍ଷକଙ୍କୁ ମନେ ପକାଇଥିଲେ ।

ଯୋଗୀଙ୍କ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ପୂର୍ବ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାବତ, ତ୍ରିବେଦ ସିଂହ ରାବତ, ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, କ୍ୟାବିନେଟ ମନ୍ତ୍ରୀ ଧନ ସିଂ ରାବତ ପ୍ରମୁଖ ସାମିଲ ହୋଇଥିଲେ। ଏଥିସହ ମଞ୍ଚରେ ଯୋଗୀଙ୍କ ୬ ଜଣ ଗୁରୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଯୋଗୀ ନିଜ ଶିକ୍ଷକମାନଙ୍କୁ ସଲ, ମିଷ୍ଟାନ ସମେତ ବହୁ ଉପହାର ପ୍ରଦାନ କରିଥିଲେ। ଏହାପରେ ସେ ନିଜ ପୈତୃକ ଗାଁ ପଞ୍ଚୁର ଅଭିମୁଖେ ଯାଇଥିଲେ ।

The post ୨୮ ବର୍ଷ ପରେ ନିଜ ଘରେ ପାଦ ପକାଇଲେ ଯୋଗୀ, ମା’ ଖୁସି କହିଲେ ନସରେ appeared first on Odisha Reporter.



from Odisha Reporter https://ift.tt/OA7xJy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages