ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବାପା ଥାଉ ଥାଉ ଜୀବନ ହାରିଲା ପୁଅ। ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲା। ଯାହା ମୁହଁ ଦେଖି ବାପା ଦିନ କାଟୁଥିଲା, ବୃଦ୍ଧ କାଳେ ଯିଏ ସାହା ଭରସା ହେବ ବୋଲି ଆଶା ରଖିଥିଲା ତାର ଅଚାନକ ମୃତ୍ୟୁ ବାପାଙ୍କୁ ଦୋହଲାଇ ଦେଲା। ଆଉ ଜୀବନ ବଞ୍ଚିବାର ମାନେ କିଛି ନାହିଁ ଭାଙ୍ଗି ବାପା ବି ସେହି ସମାନ ସ୍ଥାନରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ଦେଲେ। ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଆତ୍ମହତ୍ୟା ପଥ ବାଛିନେଲେ ବାପପୁଅ। ବାପପୁଅଙ୍କ ଏପରି ଅଚାନକ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ସେମାନଙ୍କ ଉପରେ ଘୋଟି ଯାଇଛି କଳା ବାଦଲ ।
ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଛତାମଖନା ପଂଚାୟତର ବେଲବାହାଲି ଗାଁରେ ଘଟିଥିବା ବେଳେ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି। ମୃତକଦ୍ୱୟ ହେଲେ ବେଲବାହାଲି ଗାଁର ସୁରେନ୍ଦ୍ର ବାଗ ଓ ତାଙ୍କ ପୁଅ ବେଡା ବାଗ ।
ବେଡା ବାଗ କୌଣସି କାରଣକୁ ନେଇ ସୋମବାର ଜାମସର ରେଲୱେ ଫାଟକ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଜି.ଆର.ପି ପୁଲିସ୍ ଆସିବା ଆଗରୁ ପରିବାର ଲୋକେ ଶବକୁ ନେଇ ସଂସ୍କାର କରିଦେଲେ । ହେଲେ ପୁଅର ଅଚାନକ ମୃତ୍ୟୁରେ ପରିବାର ଲୋକଙ୍କ ସମେତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ସୁରେନ୍ଦ୍ର ବାଗ । ଏପରି ଦୁଃସମୟରେ ପରିବାର ଲୋକଙ୍କ ମନୋବଳ ବଢ଼ାଇବା ପରିବର୍ତ୍ତେ ସୁରେନ୍ଦ୍ର ମଧ୍ୟ ପୁଅ ପରି ସମାନ ବାଟ ବାଛିନେଲେ। ପୁଅ ଯେଉଁଠି ଓ ଯେଉଁପରି ଭାବେ ଜୀବନ ହାରିଥିଲା, ବାପା ସୁରେନ୍ଦ୍ର ମଧ୍ୟ ସେହି ପଥ ବାଛିନେଲେ।
ପୁଅ ରବିବାର ଯେଉଁଠି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲା, ସୋମବାର ସେହି ସମାନ ସ୍ଥାନରେ ସୁରେନ୍ଦ୍ର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ସୁରେନ୍ଦ୍ରଙ୍କ ଶବକୁ ମଧ୍ୟ ଜି.ଆର.ପି ଆସିବା ଆଗରୁ ଗାଁକୁ ନେଇ ଶବ ସତ୍କାର କରିଦେଲେ ପରିବାର ଲୋକେ । ଘଟଣା ଜଣାପଡିବା ପରେ ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ଜି.ଆର.ପି । କଣ ପାଇଁ ବାପ ପୁଅ ଆତ୍ମହତ୍ୟା କଲେ ତାକୁ ନେଇ ଜାରି ରହିଛି ସସପେନ୍ସ ।
The post ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲା ପୁଅ, ବାପା ବି ବାଛି ନେଲେ ସମାନ ବାଟ appeared first on Odisha Reporter.
from Odisha Reporter https://ift.tt/5KaMrge
No comments:
Post a Comment