ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 8, 2022

ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କୁ ଏଠାରୁ ପୁଣି ପ୍ରାର୍ଥୀ କରିଛି। ତାଙ୍କ ନାଁ ଉପରେ ବିଜେପି କେନ୍ଦ୍ରୀୟ କମିଟିର ମୋହର ବାଜିଛି।

ରାଧାରାଣୀ ପଣ୍ଡା ବ୍ରଜରାଜନଗର ଆସନରୁ ବିଜେପି ଟିକେଟ୍‌ରେ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା। ତେବେ ରାଧାରାଣୀ ପଣ୍ଡା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ।

ଗତ ବର୍ଷ ଡିସେମ୍ବର ୩୦ ତାରିଖରେ ହୃଦଘାତରେ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ବିଧାନସଭା ଆସନଟି ଖାଲି ପଡ଼ିଥିବା ବେଳେ ମେ’ ୩୧ରେ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ।

ବିଜେପି ପ୍ରଥମ ଦଳ ଭାବେ ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏଯାଏଁ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ତାଙ୍କ ନାଁ ଉପରେ ଦଳରେ ସହମତି ପ୍ରକାଶ ପାଇଛି। ତେବେ ଏଯାଏଁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ସେହିପରି ବିଜେଡି ପକ୍ଷରୁ ମଧ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ। ବିଜେଡି କାହାକୁ ଏଠାରୁ ପ୍ରାର୍ଥୀ କରିବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ବିଜେଡି ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ନା ଆଉ କାହାକୁ ଟିକେଟ୍ ଦେବ, ତାହା ଏଯାଏଁ ସ୍ପଷ୍ଟ କରିନି। ଅନ୍ୟପକ୍ଷରେ ଅଳକା ମହାନ୍ତି ପ୍ରାର୍ଥୀ ହେବାକୁ ତାଙ୍କ ଇଚ୍ଛା ବହୁ ଦିନର ପ୍ରକାଶ କରି ସାରିଛନ୍ତି।

The post ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/tVZngCK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages