ହିମାଚଳ ପ୍ରଦେଶ ବିଧାନସଭା ଗେଟ୍‌ ଓ ପାଚେରୀରେ ଉଡ଼ିଲା ଖଲିସ୍ତାନୀ ପତାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 7, 2022

ହିମାଚଳ ପ୍ରଦେଶ ବିଧାନସଭା ଗେଟ୍‌ ଓ ପାଚେରୀରେ ଉଡ଼ିଲା ଖଲିସ୍ତାନୀ ପତାକା

ଧର୍ମଶାଳା: ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ଆଜି ଖଲିସ୍ତାନୀ ପତାକା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ଲେଖାଯାଇଥିଲା। ପତାକା ଗୁଡ଼ିକୁ ପୁଲିସ୍ ଖୋଲି ଦେଇଥିବା ବେଳେ ସ୍ଲୋଗାନ ଗୁଡ଼ିକୁ ଲିଭାଇ ଦିଆଯାଇଛି।

ପୁଲିସ ପକ୍ଷରୁ କୁହାଯାଇଛି, ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ମୋଟ ୬ଟି ଖଲିସ୍ତାନୀ ପତାକା ଲଗାଯାଇଥିଲା । ଏହା ସହିତ ପାଚେରୀରେ ଖଲିସ୍ତାନ ଜିନ୍ଦାବାଦ ଲେଖାଯାଇଥିଲା। ଖଲିସ୍ତାନୀ ପତାକା ଲଗାଇଥିବା ତଥା ସ୍ଲୋଗାନ ଲେଖିଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ତା’ସହିତ ବିଧାନସଭାରେ ଲାଗିଥିବା ସିସିଟିଭି ସହିତ ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଦୃଶ୍ୟକୁ ଯାଞ୍ଚ କରାଯାଉଛି।

ଏ କାର୍ଯ୍ୟ ପଞ୍ଜାବରୁ ଆସିଥିବା କିଛି ପର୍ଯ୍ୟଟକଙ୍କର ହୋଇଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ଏହି ଘଟଣା ନେଇ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଏଭଳି କିଛି ଘଟଣା ଘଟିବା ନେଇ ଏପ୍ରିଲ ୨୬ ତାରିଖରେ ରାଜ୍ୟ ପୁଲିସ୍‌କୁ ଅବଗତ କରାଯାଇଥିଲା।

ବିଧାନସଭା ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲଗାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର। ଟ୍ୱିଟରରେ ସେ ଲେଖିଛନ୍ତି, ମୁଁ ଏହି ଘଟଣାକୁ ନିନ୍ଦା କରୁଛି। ଖଲିସ୍ତାନୀ ପତକା ଲାଗିବା ଘଟଣାର ତଦନ୍ତ କରାଯିବ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କାଣ୍ଡ ଭିଆଉଥିବା ଲୋକେ ରାତିରେ ଲୁଚି ଲୁଚି ନ ଆସି, ସାହାସ ଥିଲେ ଦିନରେ ଆସନ୍ତୁ।

ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, ଏହି ବିଧାନସଭାରେ କେବଳ ଶୀତ ଅଧିବେଶନ ଅନୁଷ୍ଠିତ ହୋଇଥାଏ। ତେଣୁ ସେ ସମୟରେ ଏଠାରେ ସୁରକ୍ଷାକୁ  ଦୃଢ଼ କରାଯାଏ। ଆଉ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଠାରେ ଖଲିସ୍ତାନୀ ପତାକା ଲଗାଇଛନ୍ତି।

The post ହିମାଚଳ ପ୍ରଦେଶ ବିଧାନସଭା ଗେଟ୍‌ ଓ ପାଚେରୀରେ ଉଡ଼ିଲା ଖଲିସ୍ତାନୀ ପତାକା appeared first on Odisha Reporter.



from Odisha Reporter https://ift.tt/0Mm5rJf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages