କଲଭର୍ଟରେ ପିଟି ହେଲା ବରଯାତ୍ରୀ ଗାଡ଼ି, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 22, 2022

କଲଭର୍ଟରେ ପିଟି ହେଲା ବରଯାତ୍ରୀ ଗାଡ଼ି, ୨ ମୃତ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କ୍ଷେତ୍ରବାର୍ଷି ମହାରଣା ଓ କୁଳମଣି ଦାସ। ୨ ଜଣ ଆହତଙ୍କୁ ଠାକୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଶୁକୃଲି ଗାଁରେ ବିବାହ ଉତ୍ସବ ଥିଲା। ବରଯାତ୍ରୀମାନେ ବିବାହ ଭୋଜିରେ ଯୋଗ ଦେଇ ଗତକାଲି ରାତି ପ୍ରାୟ ୩ଟା ସମୟରେ ବୋଲେରୋରେ  ଗୁଡ଼ଭଙ୍ଗାରୁ ଶୁକୃଲି ଫେରୁଥିଲେ। ଏହି ସମୟରେ ତରାମରା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯାଇଥିଲା।

ପୁଲିସ ଓ  ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।  ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଗାଡ଼ିରେ ଡ୍ରାଇଭର ସମେତ  ୮ ଜଣ ଥିଲେ।

The post କଲଭର୍ଟରେ ପିଟି ହେଲା ବରଯାତ୍ରୀ ଗାଡ଼ି, ୨ ମୃତ appeared first on Odisha Reporter.



from Odisha Reporter https://ift.tt/Rzaeol6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages