ନନ୍ଦନକାନନ ପାଲଟିଲା ରଣକ୍ଷେତ୍ର: ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 22, 2022

ନନ୍ଦନକାନନ ପାଲଟିଲା ରଣକ୍ଷେତ୍ର: ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପରିସରରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ କଲେ କର୍ମଚାରୀ। ଗୋଡ଼ାଇ ଗୋଡ଼ାଇ ପିଟିଲେ। ଲହୁ ଲୁହାଣ ବି କଲେ । ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଲେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କିଛି ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଗତକାଲି ଅପରାହ୍ନରେ ଏପରି ଘଟଣା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀ କାଉଣ୍ଟରରେ ଘଟିଥିଲା।

ଛତିଶଗଡ଼ରୁ ଆସିଥିବା  ପ୍ରାୟ ୨୬ ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଏହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିଗୋଳ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସଫାରୀ କର୍ମଚାରୀ  ସେମାନଙ୍କୁ ଠେଲାପେଲା କରିଥିଲେ ।

ଉତ୍ତେଜନା ବଢିବାରୁ ସଫାରୀ କର୍ମଚାରୀ ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଲୋକଙ୍କୁ ଡାକି ଦେଇଥିଲେ। ପରେ ସେମାନେ ମିଳିତ ଭାବେ    ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଆକ୍ରମଣ ଯୋଗୁ ୫ ଜଣ ଗୁରୁତର ହୋଇଛନ୍ତି ।

ନନ୍ଦନକାନନ ଥାନାରେ ଏତଲା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି  କିଛି ଆକ୍ରମଣକାରୀଙ୍କୁ ଅଟକ ରଖିଛି। ନନ୍ଦନକାନନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ କର୍ମଚାରୀଙ୍କ ଏପରି ଆଚରଣ ଘଟଣା ପ୍ରଚାରିତ ହେବା ପରେ ସେମାନେ ଭୟଭୀତ ହୋଇ ଯାଇଛନ୍ତି। ଏପରିକି ନନ୍ଦନକାନନ ଯିବାକୁ ସେମାନେ ସୁରକ୍ଷିତ ମଣୁ ନାହାନ୍ତି।

ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜୀବ କୁମାର କହିଛନ୍ତି, ଆକ୍ରମଣ ଘଟଣାରେ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଥାନାରେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ । ପୁଲିସର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲାଇସେନ୍ସଧାରୀ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପନିର୍ଦ୍ଦେଶକ।

ପର୍ଯ୍ୟଟକଙ୍କୁ ଆଇନକୁ ହାତକୁ ନ ନେବା ଲାଗି ଉପନିର୍ଦ୍ଦେଶକ ପରାମର୍ଶ ଦେଇଥିବା ବେଳେ କୌଣସି ଅସୁବିଧା ହେଲେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଲାଗି ପରାମର୍ଶ ଦେଇଛନ୍ତି।

The post ନନ୍ଦନକାନନ ପାଲଟିଲା ରଣକ୍ଷେତ୍ର: ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/0BS8nzr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages