ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିସହ ତାଙ୍କ ୬୯ ଲକ୍ଷର କ୍ୟାସ୍ ମଧ୍ୟ ଜବତ କରାଯାଇଛି। ଜିତୁ ପଟ୍ଟନାୟକଙ୍କ ଘରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ପରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି।
ଜିତୁ ପଟ୍ଟନାୟକଙ୍କ ଖଣିରୁ ବେଆଇନ ଖଣିଜ କାରବାର ତଥା ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଚଢ଼ାଉ ହୋଇଥିବା କୁହାଯାଉଛି। ଗତକାଲି ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ୱର ସୂର୍ଯ୍ୟନଗର ସ୍ଥିତ ବାସଭବନ ସହିତ ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରିଥିଲା ଇଡି। ସେହିଭଳି କେନ୍ଦୁଝର ଜିଲ୍ଲା ଯୋଡ଼ାର ସାଇ ମନ୍ଦିର ପାଖରେ ଥିବା ତାଙ୍କ ବାସଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
ଗତକାଲି ଚଢ଼ାଉ ସମୟରେ ବିଭିନ୍ନ ବ୍ୟାଙ୍କରେ ଥିବା ଜିତୁ ପଟ୍ଟନାୟକଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲା ଇଡି। ଏଥିସହ ଜବତ କମ୍ପ୍ୟୁଟରର ହାର୍ଡ ଡିସ୍କରୁ ତଥ୍ୟ ସଂଗ୍ରହ କରିବାକୁ ଇଡି ପ୍ରୟାସ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜିତୁ ପଟ୍ଟନାୟକ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଏହି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।
The post ଜିତୁ ପଟ୍ଟନାୟକଙ୍କ ଉପରେ ବାଜିଲା ଇଡି ଛାଟ: ୧୩୩ କୋଟିର ଜମା ସିଜ୍, କ୍ୟାସ୍ ୬୯ ଲକ୍ଷର ଜବତ appeared first on Odisha Reporter.
from Odisha Reporter https://ift.tt/EybB0pj
No comments:
Post a Comment