ରାଜଧାନୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 11, 2022

ରାଜଧାନୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ଅଧରେ ରାଜଧାନୀରେ ମୁହାଁମୁହିଁ ହେଲେ ପୁଲିସ୍-ଅପରାଧୀ। ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବା ବେଳେ ଖସି ଯାଇଛନ୍ତି ତା’ ସହଯୋଗୀ । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ହୋଇଛି ଏନକାଉଣ୍ଟର।

ପୁଲିସ୍‌ ସୂଚନା ମୁତାବକ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୁଲିସ୍‌କୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୁଲିସ୍ ଏନକାଉଣ୍ଟର କରିଥିଲା ।

ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛିା ତାସହ ଦୁଇ ଜଣ ପୁଲିସ୍ ଅଧିକାରୀ ବି ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍‌ ଜବତ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ଏନେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି,  ଖଣ୍ଡଗିରି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାର୍ଡ ସୂଚନା ପାଇ ସେଠାରେ ପହଞ୍ଚିଥିବା ବେଳେ ଏହି ଗ୍ରୁପ୍‌ ସଦସ୍ୟ ଫାୟାରିଂ କରିବା ସହ ବୋମାମାଡ଼ କରିଥିଲେ। ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନେ ବନ୍ଧୁକ ଦେଖାଇ ଲୁଟ୍‌ ଯୋଜନା କରୁଥିବା ଜଣାପଡ଼ିଛି। ଭୁବନେଶ୍ୱର ପୁଲିସ୍‌ ଏପରି ସବୁ ଗ୍ୟାଙ୍ଗକୁ ଧରିବାକୁ ଜୋରଦାର ପ୍ରୟାସ ଚଳାଇଛି। ଅପରାଧ ନିୟନ୍ତ୍ରଣ କରିବା ଭୁବନେଶ୍ୱର ପୁଲିସ୍‌ର ମୁଖ୍ୟ ଟାର୍ଗେଟ ।

The post ରାଜଧାନୀରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ appeared first on Odisha Reporter.



from Odisha Reporter https://ift.tt/HMPAV8Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages